www.samajalive.in
Sunday, November 16, 2025
15.1 C
Bhubaneswar

ମଧୁମେହ ଠାରୁ ଆରମ୍ଭ କରି ଥକ୍କାପଣ; ଏହି ଶାଗ ଶରୀର ପାଇଁ ବରଦାନ

କଖାରୁରେ ପ୍ରସ୍ତୁତ ତରକାରୀ ସହ ବିଭିନ୍ନ ପ୍ରକାର ବ୍ୟଞ୍ଜନ ନିଶ୍ଚୟ ଖାଇଥିବେ । ମାତ୍ର କଖାରୁ ପତ୍ର ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ହୁଏତ ସଭିଏଁ ଜାଣିନଥିବେ । କଖାରୁୁ ପତ୍ରରେ ଭରପୁର ମାତ୍ରାରେ ଭିଟାମିନ୍‌ ରହିଛି ।
କଖାରୁ ଶାଗ ଖାଇବା ଦ୍ୱାରା କୋଲେଷ୍ଟେରୋଲ୍‌ ନିୟନ୍ତ୍ରଣ ହୋଇ ରହିଥାଏ । ଚକ୍ଷୁ ସୁସ୍ଥ ସହ ଦୃଷ୍ଟି ଶକ୍ତି ମଜଭୁତ ହୋଇଥାଏ । ମଧୁମେହ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।
ହାଡ ଜନିତ ସମସ୍ୟା ଥିଲେ, ଏହାର ପତ୍ରକୁ ଜୁସ୍‌ କରି ସକାଳେ ଖାଲି ପେଟରେ ଏକ ଗ୍ଲାସ ଓ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ପିଇବା ଦ୍ୱାରା ହାଡ ଜନିତ ସମସ୍ୟା ଦୂର ହୋଇଥାଏ ।
ଓଜନ ବୃଦ୍ଧି ପାଇଁ ଚିନ୍ତିତ ଥିଲେ, ତେବେ ନିୟମିତ ଏହାର ଶାଗ ଖାଆନ୍ତୁ । ଏହି ଶାଗ ତ୍ୱଚା ଚମକୁ ବୃଦ୍ଧି କରିବା ସହ ଏଥିରେ ପ୍ରୁଚର ମାତ୍ରାରେ ଆଇରନ ରହିଛି । ଯାହା ଶରୀରରେ ରକ୍ତ ଅଭାବକୁ ଦୂର କରିଥାଏ । ପ୍ରୋଟିନ୍‌ରେ ଭରପୁର ଏହି ଶାଗ ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ । ଯେଉଁମାନଙ୍କର ମଧୁମେହ ସମସ୍ୟା ରହିଛି, ସେମାନେ ନିୟମିତ ଏହାକୁ ସେବନ କଲେ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ ।
ଏହି ଶାଗରେ ଭିଟାମିନ୍‌ ସି ପ୍ରଚୁର ମାତ୍ରାରେ ଥିବାରୁ ଶରୀର କ୍ଷତ ଶୀଘ୍ର ପୂରଣ କରିଥାଏ ।
ଗର୍ଭବତୀ ମହିଳାଙ୍କ ପାଇଁ ଏହି ଶାଗ ଖୁବ୍‌ ଉପକାରୀ । ଏହା ଶିଶୁର ମାନସିକ ବିକାଶ କରିଥାଏ । ଏହାସହ ରସୁଣ ଓ କଳା ଜିରା ସହ ଏହି ଶାଗ ପ୍ରସ୍ତୁତ କରି ସେବନ କଲେ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ ହୋଇଥାଏ । ଏହା ଶରୀରକୁ ସୁସ୍ଥ ରଖିଥାଏ ।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories