www.samajalive.in
Monday, December 15, 2025
26.1 C
Bhubaneswar

ଏହି ସରଳ ମନ୍ତ୍ର ଜପ କଲେ ହୁଏ ସୁନ୍ଦର, ସୁସ୍ଥ, ଗୁଣବାନ୍‌ ସନ୍ତାନ ପ୍ରାପ୍ତି..

ସନ୍ତାନ ଗୋପାଳ ମନ୍ତ୍ର ଭଗବାନ ଶ୍ରୀକୃଷ୍ଣଙ୍କୁ ସମର୍ପିତ ଏକ ଶକ୍ତିଶାଳୀ ମନ୍ତ୍ର ବୋଲି କୁହାଯାଏ । ଯେଉଁମାନେ ଗର୍ଭବତୀ ଓ ଯେଉଁମାନେ ସନ୍ତାନ ପାଇଁ ଇଚ୍ଛୁକ ସେମାନେ ଏହି ମନ୍ତ୍ର ଜପ କରିବା ଦ୍ୱାରା ବିଶେଷ ରୂପେ ଶୁଭଫଳ ପ୍ରାପ୍ତି ହୋଇଥାଏ । ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା କେବଳ ସନ୍ତାନ ପ୍ରାପ୍ତି ହୋଇନଥାଏ ବରଂ ସୁସ୍ଥ ଓ ଗୁଣବାନ୍‌ ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି । ଭଗବାନଙ୍କ ବିଶେଷ ଆଶୀର୍ବାଦ ମଧ୍ୟ ମିଳିଥାଏ । ଏହି ମନ୍ତ୍ରର ମହତ୍ତ୍ୱ ଓ ପାଠ କରିବାର ନିୟମ ବିଷୟରେ ଜାଣନ୍ତୁ..
‘ଦେବକୀସୂତ ଗୋବିନ୍ଦ ବାସୁଦେବ ଜଗତ୍ପତେ
ଦେହିମେ ତନୟଂ କୃଷ୍ଣ ତ୍ୱାମହଂ ଶରଣଂଗତଃ’
ସର୍ବପ୍ରଥମେ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରନ୍ତୁ । ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତିମା କିମ୍ବା ଫଟୋରେ ଫୁଲ ଅର୍ପଣ କରିବା ପରେ ଧୂପ, ଦୀପ, ନୈବେଦ୍ୟ ଆଦି ଅର୍ପଣ କରି ପୂଜା କରନ୍ତୁ । ଏହାପରେ ଭଗବାନଙ୍କ ମନ୍ତ୍ର ଜପ କରନ୍ତୁ । ମନ୍ତ୍ର ଜପ ସମୟରେ ମନକୁ ଶାନ୍ତ ଓ ଏକାଗ୍ରତା ରଖନ୍ତୁ । ନିୟମିତ ମନ୍ତ୍ର ଜପ କରନ୍ତୁ । ଇଚ୍ଛା ଅନୁଯାୟୀ ତୁଳସୀ ମାଳାରେ ମଧ୍ୟ ଏହି ମନ୍ତ୍ରକୁ ଜପ କରି ପାରିବେ ।
ମନ୍ତ୍ରକୁ ସକାଳେ କିମ୍ବା ସନ୍ଧ୍ୟା ସମୟରେ ଜପ କରି ପାରିବେ ।
ମନ୍ତ୍ର ଜପ କରିବା ସହ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ, ଚିନ୍ତାରୁ ଦୂରେଇ ରୁହନ୍ତୁ । ପୁଷ୍ଟିକର ଭୋଜନ ସାମିଲ କରନ୍ତୁ । ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଏହି ମନ୍ତ୍ର ଜପ କଲେ ସନ୍ତାନ ସୁସ୍ଥ, ଗୁଣବାନ୍‌ ହେବା ସହ ମାନନିକ ଦୁଃଶ୍ଚିନ୍ତା ଦୂର ହୋଇ ଏକାଗ୍ରତା ବୃଦ୍ଧି ପାଇଥାଏ । ଭଗବାନଙ୍କ ବିଶେଷ କୃପା ମିଳିଥାଏ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories