ସାବଧାନ ଟ୍ୟାପରୁ ପଡୁଥିବା ପାଣି ଆପଣଙ୍କୁ କରିପାରେ ଗରିବ
ଯେତେବେଳେ ଅଚାନକ ଆପଣଙ୍କ ଖର୍ଚ୍ଚ ବଢିଥାଏ , ଟଙ୍କାର ଅଭାବ ଅନୁଭବ ହୁଏ , ଏବଂ ସବୁ କାର୍ଯ୍ୟରେ ସଫଳତା ମିଳିନଥାଏ , ତେବେ ଜାଣିରଖନ୍ତୁ ଆପଣଙ୍କ ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିସାରିଛି। ଘରେ ଘଟୁଥିବା ଛୋଟ ଛୋଟ ଘଟଣାରେ ମଧ୍ୟ କେତେଗୁଡିଏ ସଂକେତ ଲୁଚି ରହିିଥାଏ। ଏଥିରୁ ଆପଣ ଧିରେଧିରେ ଗରିବ ହେବାର କିଛି ସଂକେତ ଦେଖାଦେଇଥାଏ ସେଗୁଡିକୁ ଜାଣିବା ନିହାତି ଆବଶ୍ୟକ। ବାସ୍ତୁ ଶାସ୍ତ୍ରରେ ପାଣି ନଷ୍ଟ କରିବା ଗରିବ ହେବାର କାରଣ ବୋଲି କୁହାଯାଏ। ଯେଉଁ ଘରେ ପାଣି ନଷ୍ଟ କରାଯାଏ ସେହିଠାରେ ମାଆ ଲକ୍ଷ୍ମୀ ବାସ କରନ୍ତି ନାହିଁ ବୋଲି ବାସ୍ତୁ ଶାସ୍ତ୍ରରେ ବିଶ୍ୱାସ କରାଯାଏ।
ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଘରେ ଟ୍ୟାପ୍ ବା ପାଣିକଳରୁ ସବୁବେଳେ ପାଣି ପଡିଥାଏ ସେହିଠାରେ ଅଧିକାଂଶ ସମୟରେ ଧନର ଅଭାବ ଦେଖାଦେଇଥାଏ। ଶାସ୍ତ୍ର ଅନୁସାରେ ଟ୍ୟାପରୁ ପାଣି ପଡିବା ସମୟରେ ଯେଉଁ ଧ୍ୱନି ଉତ୍ପନ୍ନ ହୋଇଥାଏ ତାହା ଘର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ଘରକୁ ବିପଦ ତଥା ଆର୍ଥିକ ଅନାଟନରୁ ବଞ୍ଚାଇବା ପାଇଁ ଘର ଟ୍ୟାପ ବା ପାଣି କଳକୁ ତୁରନ୍ତ ଠିକ୍ କରିବା ଆବଶ୍ୟକ।