www.samajalive.in
Tuesday, December 9, 2025
19.1 C
Bhubaneswar

ସାହାରପଡାରେ ସମ୍ପୂର୍ଣ୍ଣ ହୋଇ ପାରୁନି ଜଳସେଚନ ପ୍ରକଳ୍ପ, ଚାଷୀ ନିରାଶ    

ପାଟଣା : ସାହାରପଡା ବ୍ଲକର ଚାରି ଦିଗକୁ ୩ଟି ନଦୀ ଘେରି ରହିଥିଲେ ମଧ୍ୟ ଏଠାରେ ଚାଷ ଜମିକୁ ଜଳସେଚନ ହୋଇ ପାରୁନଥିବାରୁ ଚାଷୀକୁଳ ନିରାଶ ହୋଇ ବସିଛନ୍ତି । ବର୍ଷା ଦିନିଆ ଧାନ ଚାଷ ପରେ ଦାଦନ ଖଟିବାକୁ ବେଙ୍ଗାଲୁରୁ, ଚେନ୍ନାଇ ପ୍ରଭୁତି ସ୍ଥାନକୁ ଯିବାକୁ ବାଧ୍ୟ ହେଉଛନ୍ତି । ମୟୂରଭଞ୍ଜ ଜିଲ।ର ହାତିବାରୀଠାରେ ଦେଓନଦୀ ଉପରେ ନଦୀବନ୍ଧ ସ୍ଥାପନ ହୋଇଛି । କରଞ୍ଜିଆ ବ୍ଲକର ଅନେକ ସ୍ଥାନରେ ଗତ ବର୍ଷ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଉଦଘାଟନ କରିବା ପରେ ଚାଷ କାମ ଆରମ୍ଭ ହୋଇଯାଇଛି । ସାହାରପଡା ବ୍ଲକର ୬୦ ରୁ ଅଧିକ ଗ୍ରାମ ଏହି ପ୍ରକଳ୍ପ ଜଳ ସେଚିତ ହେବାର ଲକ୍ଷ୍ୟ ଅଛି । କିନ୍ତୁ ମୁଖ୍ୟ କେନାଲ କିମ୍ବା ଶାଖା କେନାଲ କାମ ସାହାରପଡ଼ା ଅଞ୍ଚଳରେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରୁନାହି । ଏକ ପ୍ରକାର କାମ ବନ୍ଦ ହୋଇ ରହିଛି । ବାହାର ଜିଲ୍ଲାର ଠିକାଦାର କାମ କରୁଥିବାରୁ ସେମାନେ କାମ ପାଖକୁ ଆସୁନାହାନ୍ତି । ଦେଓ ଜଳସେଚନ ବିଭାଗ ନଜାଣିଲା ପରି ଚୁପ ହେଇ ବସିଛନ୍ତି ।

ଏପଟେ ବୈତରଣୀ ନଦୀରେ ଉଦୟପୁର ଠାରେ ୪୦.୪୯ କୋଟି ଟଙ୍କା ବ୍ୟୟରେ ପାର୍ବତୀ ଗିରି ବୃହତ ଜଳସେଚନ ପ୍ରକଳ୍ପ ନିର୍ମାଣ ୨୦୧୬ ମସିହାରୁ ଆରମ୍ଭ ହୋଇଛି। ଏହା ୨୦୨୪ ମାର୍ଚ୍ଚ ମାସରେ ସମ୍ପୂର୍ଣ ହୋଇ ଉଦୟପୁର, ବନପଦା, ଗୋବିନ୍ଦପୁର, ପିପିଳିଆ, ମୁକ୍ତାପୁର, ରଘୁନାଥପୁର, ସାନଧନୁର୍ଜୟପୁର ଓ ବିଲା ଗ୍ରାମର ୧୩୨୬ ହେକ୍ଟର ଜମି ଜଳ ସେଚିତ ହେବାର ଧାର୍ଯ୍ୟ ଲକ୍ଷ୍ୟ ଥିବାବେଳେ ଉକ୍ତ କାମ ମଧ୍ୟ କଚ୍ଛପ ଗତିରେ ଚାଲିଛି । ବର୍ତମାନ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚାଷ ପାଇଁ ପାଣିର ସମସ୍ୟା ରହିଛି । ଉକ୍ତ ନଦୀବନ୍ଧ କାମ ଓ ବୃହତ ଜଳସେଚନ ପ୍ରକଳ୍ପ କାମକୁ ସମ୍ପୂର୍ଣ୍ଣ କରିବା ସହିତ କାମ କଣ ପାଇଁ ଅଟକି ରହିଛି ତାର ସମୀକ୍ଷା କରିବା ପାଇଁ  ନୂତନ ମୁଖ୍ୟମନ୍ତ୍ରୀଙ୍କୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ।

- Advertisement -

 

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories