ଅଧିକପାଣି ପିଉଥିଲେ ସାବଧାନ ହୋଇଯାନ୍ତୁ; ଦେଖାଦେଇପାରେ ଏହି ସମସ୍ୟା

0

ନୂଆଦିଲ୍ଲୀ : ପାଣି ପିଇବା ଶରୀର ପାଇଁ ହିତକାରକ ବୋଲି ସମସ୍ତେ ଜାଣନ୍ତି। ଆପଣ କ’ଣ ଜାଣନ୍ତି ଅଧିକ ପରିମାଣର ପାଣି ପିଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ୍ୟ। ନିକଟରେ ଏକ ଗବେଷଣା ତଥ୍ୟରୁ ଜାଣିବାକୁ ମିଳିଛି ଯେ ଅଧିକ ପରିମାଣର ପାଣି ପିଇବା ଦ୍ୱାର।। ଦେହରେ ହାଇଡ୍ରେସନ ହୋଇଥାଏ। ହାଇଡ୍ରେସନ୍‍ ଯୋଗୁଁ ରକ୍ତରେ ସୋଡିୟମର ମାତ୍ରା ହ୍ରାସ ପାଇଥାଏ ଓ ମସ୍ତିଷ୍କ ଉପରେ ପ୍ରତିକୂଳ ପ୍ରଭାବ ପଡିଥାଏ। ସମ୍ବେଦନଶୀଳ ବ୍ୟକ୍ତିବିଶେଷଙ୍କ ପାଖରେ ଅଧିକ ପାଣି ପିଇବା ଜନିତ ଏହି ସମସ୍ୟା ଦେଖାଯାଇଥାଏ। ଏହାକୁ ହାଇପୋନେଟ୍ରିମିୟା ବୋଲି କୁହାଯାଏ। ସୋଡିୟମ ଇଲେକ୍ଟ୍ରୋଲାଇଟ ଭଳି କାର୍ଯ୍ୟ କରିଥାଏ ଓ ଶରୀରରେ ପାଣିର ମାତ୍ରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଅଧିକ ହାଇଡ୍ରେସନ ହେବାଦ୍ୱାରା ଶରୀରରେ ପାଣିର ପରିମାଣ ବୃଦ୍ଧି ପାଇବା ସହ କୋଶିକା ଗୁଡିକ ଶୁଖିଯାଇଥାଏ। ଏହା ଶରୀର ପାଇଁ କ୍ଷତିକାରକ ଅଟେ। ଏଥି ଯୋଗୁ କେତେକ ଅନ୍ୟ ରୋଗ ମଧ୍ୟ ସୃଷ୍ଟି ହୋଇଥାଏ।

prayash

କେତେ ପାଣି ପିଇବା ଆବଶ୍ୟକ
ଦିନକୁ ଅନ୍ୟୁନ ୮ରୁ ୧୦ ଗ୍ଲାସ ପାଣି ପିଇବା ଆବଶ୍ୟକ। ଆମ ଶରୀରପାଇ ପାଣିର ଅଭାବ ହେବା ଯେପରି କ୍ଷତିକାରକ ହୋଇଥାଏ ଠିକ ସେହିପରି ପାଣିର ପରିମାଣ ଅଧିକ ହେବା ମଧ୍ୟ କ୍ଷତିକାରକ। ଏକାଥରକେ ଅଧିକ ପରିମାଣର ପାଣି ପିଇବା ମଧ୍ୟ କ୍ଷତିକାରକ। ଗବେଷଣାରୁ ମିଳିଥିବା ନୂଆ ତଥ୍ୟ ‘ପାଣି ବିହୁନେ ସର୍ବନାସ ଓ ପାଣି ବହୁଳେ ସର୍ବନାସ’ ଭଳି ଉକ୍ତିକୁ ପ୍ରତିପାଦିତ କରୁଛି।
ହାଇଡ୍ରେସନର ଲକ୍ଷଣ
ବାନ୍ତି ହେବା
ମୁଣ୍ଡ ବିନ୍ଧିବା
ମାନସିକ ସ୍ଥିତିରେ ପରିବର୍ତ୍ତନ ତଥା ବିଚଳିତ ହେବା ଇତ୍ୟାଦି
ସମୟ ଥାଉ ଥାଉ ଏହାର ଉପଚାର ନକଲେ ଏହା ଲୋକଙ୍କୁ ମୁମୂର୍ଷୁ କରି ଦେଇଥାଏ। କେେତେକ କ୍ଷେତ୍ରରେ ଲୋକ କୋମାରେ ପଡିଥାନ୍ତି।

kalyan agarbati
Leave A Reply