ନୂଆଦିଲ୍ଲୀ : ଜାନୁଆରୀ ୧ରୁ ଆପଣଙ୍କ ଟିଭି ଦେଖିବା ମହଙ୍ଗା ହୋଇଯିବ। ଦୂରସଂଚାର ନିୟାମକ ପ୍ରାଧିକରଣ(ଟ୍ରାଇ) କେବୁଲ ଚ୍ୟାନେଲ ମାନଙ୍କର ଶ୍ଳୁକ ବଢାଇଦେଇଛି। ନୂଆ ନିୟମ ଅନୁସାରେ ଫ୍ରି-ଟ୍ରୁ ଏୟର(ଏଫଟିଏ) ଚ୍ୟାନେଲ ଦେଖିବା ପାଇଁ ଦର୍ଶକଙ୍କୁ ଟଙ୍କା ଦେବାକୁ ପଡିବ। ସେହିପରି ନୂଆ ନିୟମ ଅନୁସାରେ ଦର୍ଶକ ଯେତିକି ଚ୍ୟାନେଲ ଦେଖିବାକୁ ଚାହିଁବେ ସେତିକି ଚ୍ୟାନେଲର ଟଙ୍କା ଦେବାକୁ ପଡିବ। ଡିଟିଏଚ୍ ଓ କେବୁଲ ଅପରେଟର ପ୍ରତ୍ୟକ ଚ୍ୟାନେଲ ପାଇଁ ଦିଆଯାଉଥିବା ଏମଆରପି ବ୍ୟବହାରକାରୀଙ୍କ ଖାତାରେ ଲେଖିବାକୁ ପଡିବ। ନିୟମ ଉଲଙ୍ଘନ କରୁଥିବା ଦେଖିବାକୁ ମିଳିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ନିୟମ ଗ୍ରାମରେ ରହୁଥିବା ଦର୍ଶକ ମାନଙ୍କ ଉପରେ ବଡ ବୋଝ ହେବାକୁ ଯାଉଛି।
Popular Categories



