www.samajalive.in
Monday, December 15, 2025
24.1 C
Bhubaneswar

ଓୱେସୀ ପାକିସ୍ତାନ ଚାଲିଯାଆନ୍ତୁ, ଭାରତୀୟ ମୁସଲମାନ ଶାନ୍ତିରେ ରହିବେ: ୱାସିମ ରିଜ୍‌ଭି

ନୂଆଦିଲ୍ଲୀ: ରାମ ମନ୍ଦିର ଉପରେ ବିବାଦୀୟ ଏବଂ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେଇଥିବା ଏଆଇଏମଆଇଏମ ଅଧ୍ୟକ୍ଷ ଅସଉଦ୍ଦିନ ଓୱେସୀଙ୍କୁ କଡ଼ା ସମାଲୋଚନା କରିଛି ଶିଆ ୱାକଫ ବୋର୍ଡ। ୱୱେସୀ ପାକିସ୍ତାନ ଚାଲିଯାଇ ଭାରତୀୟ ମୁସଲମାନଙ୍କୁ ଶାନ୍ତିରେ ବଞ୍ଚିବାକୁ ଦିଅନ୍ତୁ ବୋଲି ଶିଆ ୱାକଫ୍‌ ବୋର୍ଡ ସଭାପତି ସୟଦ ୱାସିମ ରିଜ୍‌ଭୀ ଗୁରୁବାର କହିଛନ୍ତି।

ଗତ ବୁଧବାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଏବଂ ଶିଳାନ୍ୟାସ ଚାଲିଥିବାବେଳେ ଓୱେସୀ କହିଥିଲେ, ଏହା ହିନ୍ଦୁତ୍ଵ ଓ ବହୁସଂଖ୍ୟକବାଦର ବିଜୟ ଏବଂ ଗଣତନ୍ତ୍ର ଓ ଧର୍ମନିରପେକ୍ଷତାର ପରାଜୟ। ଓୱେସୀଙ୍କ ଏପରି ବିଦ୍ଵେଷପୂର୍ଣ୍ଣ ମନ୍ତବ୍ୟ ଉପରେ ଶିୟା ୱାକଫ ବୋର୍ଡ ଅଧ୍ୟକ୍ଷ ୱାସିମ ରିଜ୍‌ଭି କହିଛନ୍ତି, ପାକିସ୍ତାନରେ ତାଲିବାନ ନେତା ମୁଲା ମହମ୍ମଦ ଓମାର ଏବଂ ଅଲକାଏଦା ମୁଖ୍ୟ ଓସାମା ବିନ୍‌ ଲାଡେନର ମୃତ୍ୟୁ ପରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ଆପଣଙ୍କୁ ଦରକାର କରୁଛି। ଆପଣ ପାକିସ୍ତାନ ଚାଲିଯାଆନ୍ତୁ ଏବଂ ଭାରତୀୟ ମୁସଲମାନଙ୍କୁ ଶାନ୍ତିରେ ବଞ୍ଚିବାକୁ ଦିଅନ୍ତୁ। ସେ ଆହୁରି କହିଛନ୍ତି ଯେ, ଓୱେସୀ ସାମ୍ପ୍ରଦାୟିକ ଭେଦଭାବକୁ ନେଇ ରାଜନୀତି କରିବା ବନ୍ଦ କରନ୍ତୁ, ଯାହା ହିନ୍ଦୁ ଓ ମସୁଲମାନଙ୍କ ମଧ୍ୟରେ ରକ୍ତପାତ କରାଇବ। ସୁପ୍ରିମକୋର୍ଟ ରାମ ମନ୍ଦିର ଉପରେ ଯେଉଁ ରାୟ ଦେଇଛନ୍ତି, ତାହାକୁ ସମ୍ମାନ ଜଣାନ୍ତୁ। ଏହା ହିଁ ସମ୍ବିଧାନର ନିୟମ ରିଜ୍‌ଭି କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories