www.samajalive.in
Saturday, December 6, 2025
23.1 C
Bhubaneswar

ପିଜି ଡାକ୍ତରଙ୍କୁ ଜିଲାକୁ ପଠାଇଲେ ଏମକେସିଜିରେ ବାଧାପ୍ରାପ୍ତ ହେବ ରୋଗୀସେବା : କନିଷ୍ଠ ଡାକ୍ତର ସଂଘ

ବ୍ରହ୍ମପୁର: ରାଜ୍ୟର ବିଭିନ୍ନ ମେଡିକାଲ କଲେଜର ପିଜି ଡାକ୍ତରଙ୍କୁ କରୋନା ମୁକାବିଲା ପାଇଁ ବିଭିନ୍ନ ଜିଲାକୁ ପଠେଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ଆଉ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜର କନିଷ୍ଠ ଡାକ୍ତର ସଂଘ । ଏମକେସିଜି ମେଡିକାଲ ଦକ୍ଷିଣ ଓଡ଼ିଶାର ଏକ ରେଫେରାଲ ହସ୍ପିଟାଲ ହୋଇଥିବା ବେଳେ ଏଠାକୁ ବହୁ ରୋଗୀ ଆସୁଛନ୍ତି । ସେହିପରି ଏଠାରେ କାର୍ଯ୍ୟରତ ପିଜି ଡାକ୍ତରମାନେ ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ପ୍ରକାରେ ଗଞ୍ଜାମର କୋଭିଡ ହସ୍ପିଟାଲ ଓ ଏମକେସିଜି ଆଇସଲେସନ ୱାର୍ଡରେ କାର୍ଯ୍ୟରତ ଅଛନ୍ତି । ତେଣୁ ଏଠାରୁ ସମସ୍ତ ପିଜି ଡାକ୍ତରଙ୍କୁ ନେଇଗଲେ ରୋଗୀସେବା ଏକପ୍ରକାର ଠପ ହୋଇଯିବ ବୋଲି ସଂଘ ପକ୍ଷରୁ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏ ନେଇ ସଂଘ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏମକେସିଜିରୁ ୨୦ ରୁ ୨୫ ପ୍ରତିଶତ ହିଁ ପିଜି ଡାକ୍ତରଙ୍କୁ ନେଇ ସେମାନଙ୍କୁ ଗଂଜାମ ନିକଟବର୍ତ୍ତୀ ଜିଲାରେ କାର୍ଯ୍ୟ କରିବାକୁ ସୁଯୋଗ ଦେବାକୁ ସଂଘ ଅନୁରୋଧ କରିଛି । ସାମ୍ବାଦିକ ସମ୍ମିଳନୀରେ ସଂଘ ସଭାପତି ଡା ସ୍ମୃତି ରଞ୍ଜନ ପଟ୍ଟନାୟକ, ସାଧାରଣ ସଂପାଦକ ଡା ଅନୁପମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories