www.samajalive.in
Saturday, December 6, 2025
16.1 C
Bhubaneswar

ଚୀନରେ ବ୍ୟାପୁଛି ଆଉ ଏକ ଭୂତାଣୁ; ୭ ମୃତ, ୬୦ ଆକ୍ରାନ୍ତ

ବେଜିଂ: କରୋନା ପରେ ଚୀନରେ ଆଉ ଏକ ଭୂତାଣୁ ଯୋଗୁ ସଂକ୍ରାମକ ରୋଗ ବ୍ୟାପିବାରେ ଲାଗିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୦ ଜଣ ସଂକ୍ରମିତ ହୋଇଥିବା ଚୀନ ସରକାରୀ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି।

ସୂଚନା ଅନୁସାରେ, ଏହି ଭୂତାଣୁ ଏକ କୀଟଠାରୁ ମଣିଷକୁ ବ୍ୟାପିଛି। କିନ୍ତୁ ପରବର୍ତ୍ତୀ ସମୟରେ ମଣିଷଠାରୁ ମଣିଷକୁ ଭୂତାଣୁ ବ୍ୟାପୁଥିବା ଆଶଙ୍କା କରାଯାଉଛି। ଏହି ଭୂତାଣୁର ନାଁ ହେଉଛି ଏସଏଫଟିଏସ ବା ସିଭିୟର ଫିଭର ୱିଥ୍‌ ଥ୍ରୋମ୍ବୋସାଇଟୋପେନିଆ ସିଂଡ୍ରୋମ। ଏହା ଏକ କୀଟ ବାହିତ ଭୂତାଣୁ। ପୂର୍ବ ଚନର ଜିଆଙ୍ଗସୁ ପ୍ରଦେଶରେ ୩୭ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ଜୁନରେ ଜଣାପଡ଼ିଥିଲା। ଏହା ପରେ ଅନହୁଇ ପ୍ରଦେଶର ୨୩ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏଥିରେ ଆକ୍ରାନ୍ତ ହୋଇଥିବା ଜଣେ ମହିଳାଙ୍କଠାରେ ଜ୍ଵର ଏବଂ କାଶର ଲକ୍ଷଣ ଦେଖିବାକୁ ମିଳିଥିଲା। ଏହା ଦ୍ବାରା ଶରୀରରେ ଲ୍ୟୁକୋସାଇଟ୍‌ ଏବଂ ବ୍ଲଡ୍‌ ପ୍ଲେଟ୍‌ଲେଟ୍‌ ହ୍ରାସ ପାଉଥିବା ଡାକ୍ତରମାନେ ଜାଣିବାକୁ ପାଇଛନ୍ତି। ପ୍ରାୟ ମାସେ କାଳ ଚିକିତ୍ସା ପରେ ସମ୍ପୃକ୍ତ ମହିଳା ସୁସ୍ଥ ହୋଇଛନ୍ତି। ଏହି ଭୂତାଣୁ ଯୋଗୁ ଅନହୁଇ ଏବଂ ଝେଜିଆଙ୍ଗ ପ୍ରଦେଶରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ଏହା କୌଣସି ନୂଆ ଭୂତାଣୁ ନୁହେଁ। ୨୦୧୦ରେ ଏହି ଭୂତାଣୁ ଚୀନରେ ଠାବ ହୋଇଥିଲା।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories