www.samajalive.in
Saturday, December 6, 2025
15.1 C
Bhubaneswar

ବୀରନରସିଂହପୁର ପଂଚାୟତରେ ପ୍ରବେଶ କଲା ମହାମାରୀ କରୋନା

ହରଭଙ୍ଗା : ବୌଦ୍ଧଜିଲାରେ ଗୁରୁବାର ଆଉ ୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ହରଭଙ୍ଗା ବ୍ଲକ ବୀରନରସିଂହପୁର ପଂଚାୟତ ନୂଆପଡାଗ୍ରାମର ଜଣେ ୨୮ବର୍ଷୀୟ ଯୁବକ ବୋଲି ଜଣାପଡିଛି।ତାଙ୍କୁ ମିଶାଇ ବ୍ଲକରେ ସ୍ଥାନୀୟ ସଂକ୍ରମିତ ସଂଖ୍ୟା ୧୫ରେ ପଂହଚିଛି।ଏହା ସହିତ ବ୍ଲକର ବାଣୀଭୁଷଣପୁର,ପୁରୁଣାକଟକ,ମଥୁରା,ସରସରା ,ଧଳପୁର ପରେ ବୀରନରସିଂହପୁର ପଂଚାୟତକୁ ମହାମାରୀ କରୋନା ପ୍ରବେଶ କରିଛି । ବ୍ଲକର ୨୨ପଂଚାୟତରୁ ୬ଟିପଂଚାୟତ କୋରୋନା ସଂକ୍ରମିତ ତାଲିକାରେ ଯୋଡିହୋଇଛି। ସଂକ୍ରମିତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ବୌଦ୍ଧ କୋଭିଡ କେୟାର ସେଟଂରକୁ ଆଜି ସକାଳେ ସ୍ଥାନାନ୍ତରିତ କରାଯାଇଛି।ହରଭଙ୍ଗା ବି.ଡି.ଓ ନୀଲକଣ୍ଠ ବେହେରା ସଂକ୍ରମିତ ଅଂଚଳ ପରିଦର୍ଶନ କରିଛନ୍ତି। ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ସ୍ଥାନୀୟ ସଂରପଚ ସୂବର୍ଣ୍ଣ ମଲ୍ଲିକ ଗୁରୁବାର ପୂର୍ବାହ୍ନ ୧୦ଟା ଠାରୁ ଆସନ୍ତା ୦୯ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ନୂଆପଡା ଗ୍ରାମ ସହିତ ଏହାର ୨ଶହ ମିଟର ଅଂଚଳକୁ କଂଟେନମେଂଟ ଜୋନଭାବେ ଘୋଷଣା କରିଛନ୍ତି।ଦୋକାନ ବଜାର ବନ୍ଦ ସହିତ ଲୋକଙ୍କୁ ଘରୁ ନବାହାରିବା ପାଇଁ ଏବଂ ଏକତ୍ର ହେବାକୁ ବାରଣ କରାଯାଇଛି।ଔଷଧ ଏବଂ ଶିଶୁ ଖାଦ୍ୟ ସଂଗ୍ରହ ପାଇଁ ଅନୁମତି ଦିଆଯାଇଛି।କଂଟେନମେଂଟ ଜୋନ ନିୟମ ଉଲ୍ଲଂଘନ କଲେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପଂଚାୟତ ପକ୍ଷରୁ ଚେତାବନୀ ଦିଆଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories