www.samajalive.in
Sunday, December 7, 2025
23.1 C
Bhubaneswar

ପାଟଣାରେ ଦିବାରାତ୍ର ଏକଦିବସୀୟ ଭଲିବଲ ପ୍ରତିଯୋଗୀତା ଉଦଘାଟିତ

ପାଟଣା: ସ୍ଵାମ ପାଟଣା ଭଲିବଲ ଆସୋସିଏସନ୍ ପକ୍ଷରୁ ଅନୁଷ୍ଠିତ ପ୍ରଥମ ବାର୍ଷିକ ଏକଦିବସୀୟ ଦିବା ରାତ୍ର ଭଲିବଲ ପ୍ରତିଯୋଗିତା ଆଜି ଅପରାହ୍ନରେ ପାଟଣା ଖେଳ ପଡିଆରେ ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ସ୍ଵୀକୃତିପ୍ରାପ୍ତ ବରିଷ୍ଠ ଫୁଟବଲ ରେଫରି ପ୍ରମୋଦ କୁମାର ଭଞ୍ଜଦେଓ ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ ଯୋଗ ଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ପାଟଣା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଶଙ୍କର୍ଷଣ ସାହୁ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ ସେରେଣ୍ଡା, ପାଟଣା ‘କ’, ମଲିପଶି, ପାଟଣା ‘ଖ’, ରାଇସୁଆଁ, କେନ୍ଦୁଝର, ପାଟଣା ଫାୟାର ଷ୍ଟେସନ ଏବଂ ଖେଣ୍ଡରା ଭଲିଟିମ୍ ଅଂଶଗ୍ରହଣ କରିଥିଲେ। ଉଦଘାଟନୀ ମ୍ୟାଚରେ ପାଟଣା ‘ଖ’କୁ ପରାସ୍ତ କରି ସେରେଣ୍ଡା ବିଜୟୀ ହୋଇଛି। ରେଫରି ଭାବେ ଧର୍ମେନ୍ଦ୍ର କୁମାର ସାହୁ, ସ୍ବଦେଶ କୁମାର ସାହୁ ଓ ପ୍ରଭୁ ପ୍ରସାଦ ଦାଶ ଖେଳ ପରିଚାଳନା କରୁଛନ୍ତି। ସ୍ୱାମ୍ ପାଟଣା ଭଲିବଲ ଆସୋସିଏସନର ରଂଜନ କୁମାର ବେହେରା, ସୂର୍ୟ୍ୟକାନ୍ତ ନାୟକ, ରବି ନାରାୟଣ ସାହୁ, ସରାବ ଆନସାରି, ବଳରାମ ନାଏକ, ସଞ୍ଜୀବ ଦାଶ ପ୍ରମୁଖ ଅନ୍ୟମାନଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଏହି ଦିବାରାତ୍ର ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories