www.samajalive.in
Sunday, December 7, 2025
23.1 C
Bhubaneswar

ଫୋର୍ବସ ତାଲିକା : ମେସି ସର୍ବାଧିକ ଆୟକାରୀ ଖେଳାଳି, ୧୦୦ତମ ସ୍ଥାନରେ କୋହଲି

ନୂଆଦିଲ୍ଲୀ : ପ୍ରଖ୍ୟାତ ପତ୍ରିକା ଫୋର୍ବସ ତରଫରୁ ଚଳିତବର୍ଷ ନିମନ୍ତେ ୧୧୦ଜଣ ସର୍ବାଧିକ ଆୟକାରୀ ଖେଳାଳିଙ୍କ ତାଲିକା ଘୋଷିତ ହୋଇଛି। ଏହି ତାଲିକାରେ ବାର୍ସିଲୋନା ତଥା ଆର୍ଜେଣ୍ଟିନାର ତାରକା ଫୁଟବଲ ଖେଳାଳି ଲିଓନେଲ୍‌ ମେସି ପ୍ରଥମ ସ୍ଥାନରେ ରହିଛନ୍ତି। ତାଲିକାର ୧୦୦ନଂରେ ଏକମାତ୍ର ଭାରତୀୟ ଭାବେ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ରହିଛନ୍ତି। ଚଳିତବର୍ଷ ମେସି ମୋଟ୍‌ ୧୨୭ ନିୟୁତ ଡଲାର ଅର୍ଥ ରୋଜଗାର କରିଛନ୍ତି। ବାର୍ସିଲୋନା ଓ ଆର୍ଜେଣ୍ଟିନା ତରଫରୁ ଖେଳିବା ନିମନ୍ତେ ପ୍ରାପ୍ୟ ଓ ବିଜ୍ଞାପନ ବାବଦକୁ ମେସି ଏହି ଅର୍ଥ ରୋଜଗାର କରିଛନ୍ତି। ୨୦୧୮ରେ ଶୀର୍ଷ ସ୍ଥାନରେ ବକ୍ସର ଫ୍ଲୋଏଡ୍‌ ମେୱେଦର ରହିଥିଲେ। ତେବେ ଇତିମଧ୍ୟରେ ମେୱେଦର ବକ୍ସିଂରୁ ସନ୍ନ୍ୟାସ ନେଇଥିବାରୁ ତାଙ୍କୁ ପଛରେ ପକାଇ ମେସି ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ପର୍ତ୍ତୁଗାଲର ତାରକା ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍‌ଡୋ। ଚଳିତବର୍ଷ ରୋନାଲ୍‌ଡୋ ୧୦୯ ନିୟୁତ ଡଲାର ଅର୍ଥ ରୋଜଗାର କରିଥିବା ଜଣାପଡ଼ିଛି।
ଏହି ତାଲିକାରେ ଏକମାତ୍ର ଭାରତୀୟ ଭାବେ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ୧୦୦ନଂରେ ରହିଛନ୍ତି। ଗତ ୧୨ ମାସ ମଧ୍ୟ​‌େ​‌ର କୋହଲି ମୋଟ ୨୫ ନିୟୁତ ଡଲାର ଅର୍ଥ ରୋଜଗାର କରିଛନ୍ତି। ସେ ପାରିଶ୍ରମିକ ବାବଦରେ ୪ ନିୟୁତ ଡଲାର ପାଇଥିବା ବେଳେ ବିଭିନ୍ନ ବିଜ୍ଞାପନ ବାବଦକୁ ୨୧ ନିୟୁତ ଡଲାର ଅର୍ଥ ରୋଜଗାର କରିଛନ୍ତି। ତେବେ ଗତବର୍ଷ ତୁଳନାରେ କୋହଲିଙ୍କ ସ୍ଥାନ ନିମ୍ନଗାମୀ ହୋଇଛି। ୨୦୧୮ରେ କୋହଲି ମୋଟ ୨୪ ନିୟୁତ ଡଲାର ଅର୍ଥ ରୋଜଗାର କରି ତାଲିକାର ୮୩ ନଂରେ ରହିଥିଲେ। ଚଳିତ ବର୍ଷ ତାଙ୍କ ରୋଜଗାରରେ ଏକ ନିୟୁତ ଡଲାର ବୃଦ୍ଧି ଘଟିଥିଲେ ମଧ୍ୟ କୋହଲି ୧୦୦ନଂକୁ ଖସି ଆସିଛନ୍ତି। ସୂଚନାଥାଉକି ୨୦୧୭ରେ କୋହଲି ୨୨ ନିୟୁତ ଡଲାର ଅର୍ଥ ରୋଜଗାର କରି ଫୋର୍ବସ୍‌ ତାଲିକାରେ ସ୍ଥାନ ପାଇଥିଲେ। ସେତେବେଳେ ସେ ପାରିଶ୍ରମିକ ବାବଦକୁ ୩ ଲକ୍ଷ ଡଲାର ଓ ବିଜ୍ଞାପନରୁ ୧୯ ନିୟୁତ ଡଲାର ଅର୍ଥ ରୋଜଗାର କରିବାକୁ ସକ୍ଷମ ହୋଇଥିଲେ। ଚଳିତବର୍ଷ ପ୍ରକାଶିତ ଫୋର୍ବସ ତାଲିକାରେ ଏନ୍‌ବିଏ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ୩୫ଜଣ ଓ ଟେନିସ୍‌ ଜଗତର ୪ଜଣ ଖେଳାଳି ସ୍ଥାନ ପାଇଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories