www.samajalive.in
Sunday, December 7, 2025
14.1 C
Bhubaneswar

ଅଭିନେତା ମିଥିଲେଶ ଚତୁର୍ବେଦୀଙ୍କ ପରଲୋକ

ମୁମ୍ବାଇ: ବଲିଉଡ଼ର ବର୍ଷିୟାନ୍‌ ଅଭିନେତା ମିଥିଲେଶ ଚତୁର୍ବେଦୀଙ୍କ ପରଲୋକ ଘଟିଛି। ବୁଧବାର ରାତିରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ସୂଚନା ମିଳିଛି। ହୃଦ୍ ରୋଗରେ ପୀଡ଼ିତ ଥିଲେ ୬୮ ବର୍ଷୀୟ ମିଥିଲେଶ।

ସୂଚନା ମୁତାବକ, ସ୍ବାସ୍ଥ୍ୟାବସ୍ଥା ଖରାପ ହେବା କାରଣରୁ ସେ ଲକ୍ଷ୍ନୌରେ ଚିକିତ୍ସିତ ହେଉଥିଲେ। କିଛି ଦିନ ତଳେ ସେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ସ୍ବାସ୍ଥ୍ୟର ଦେଖାଶୁଣା ପାଇଁ ସେ ନିଜ ସହରକୁ ପଳାଇଥିଲେ।

- Advertisement -

ମିଥିଲେଶ ଚତୁର୍ବେଦୀଙ୍କ ବିୟୋଗ ଖବର ତାଙ୍କ ଜ୍ବାଇଁ ଆଶୀଷ ଚତୁର୍ବେଦୀ ସାମାଜିକ ଗଣମାଧ୍ୟମ ଜରିଆରେ ଦେଇଛନ୍ତି। ଆଶୀଷ ସମାଜିକ ଗଣମାଧ୍ୟମରେ ମିଥିଲେଶଙ୍କ ଫଟୋ ଶେୟାର କରି ଲେଖିଛନ୍ତି, ‘‘ଆପଣ ଦୁନିଆର ସବୁଠାରୁ ଭଲ ପିତା ଥିଲେ, ଆପଣ ମତେ ଜ୍ବାଇଁ ନୁହେଁ ବରଂ ନିଜ ପୁଅ ପରି ସ୍ନେହ ଦେଇଛନ୍ତି, ଭଗବାନ ଆପଣଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।’’

 

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories