www.samajalive.in
Monday, December 15, 2025
24.1 C
Bhubaneswar

୪ ଦିନରେ ୧ ଲକ୍ଷ ୮୦ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ

ଲାଞ୍ଜିଗଡ଼: ଲାଞ୍ଜିଗଡ ଥାନା ପକ୍ଷରୁ ଲାଞ୍ଜିଗଡ ଅଂଚଳର ବିଭିନ୍ନ ଛକଠାରେ ସଡ଼କ ଦୁର୍ଘଟଣାଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରାଯାଇଛି । ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି ଏବଂ ରାଜ୍ୟର ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ତେଣୁ ଏହି ମୃତ୍ୟୁ ହାରକୁ କମାଇବା ପାଇଁ ସରକାର ଏପ୍ରିଲ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ଲାଞ୍ଜିଗଡ ଥାନା ଅଧିକାରୀ ଉତ୍ତମ କୁମାର ସାହୁଙ୍କ ନେତୃତ୍ୱରେ ଇନସ୍ପେକ୍ଟର ଭବାନୀ ଶଙ୍କର ବାଦୀ, ଏଏସଆଇ ବିଳାସିନୀ ଭୋଇ, ଏଏସଆଇ ମଓଝି ଗମାଙ୍ଗ, ଏଏସଆଇ ସୋମେଶ୍ୱର ବାଗ, କନଷ୍ଟେବଳ ଏବଂ ସିଆରପିଏଫ ଷ୍ଟାଫମାନେ ବିଭିନ୍ନ ଛକମାନଙ୍କରେ ଉପସ୍ଥିତ ରହି ଅମାନିଆ ବାଇକ ଚାଳକଙ୍କୁ ହେଲମେଟ, ଡିଏଲ ଓ ଟ୍ରକ ଚାଳକମାନଙ୍କୁ, ଆରସିବୁକ, ବିନା ସିଟବେଲଟ, ୧୮ ବର୍ଷରୁ କମ୍ ବୟସ୍କ ଯୁବକ ଯୁବତୀମାନଙ୍କୁ ଯାଞ୍ଚ କରିଛନ୍ତି। ଏଥି ସହିତ ନିୟମ ଖିଲାପକାରୀଙ୍କର ଚାଲାଣ କାଟିବା ଓ ସଚେତନତା ବାର୍ତ୍ତା ପତ୍ର ପ୍ରଦାନ କରିଥିଲେ। ୧ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ଚାରି ଦିନରେ ୧୮୫ ଜଣଙ୍କଠାରୁ ୧ ଲକ୍ଷ ୮୦ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଥାନା ଅଧିକାରୀ ସାହୁଙ୍କଠାରୁ ସୂଚନା ମିଳିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories