www.samajalive.in
Monday, December 15, 2025
24.1 C
Bhubaneswar

ଟ୍ରକ ପଛରେ ଧକ୍କା ଦେଇ ଜଳିଗଲା ଟ୍ରଲର; ୨ ମୃତ

ଜେନାପୁର/ଧର୍ମଶାଳା: ୧୬ନଂ ଜାତୀୟ ରାଜପଥ ଭାଲୁଖାଇ ନିକଟରେ ବୁଧବାର ଏକ ଅଭାବନୀୟ ସଡକ ଦୁର୍ଘଟଣାରେ ଉଭୟ ଗାଡିର ଚାଳକ ଓ ସହ-ଚାଳକଙ୍କ ମୃତ୍ୟୁ ଘଟିଛି।

ସୂଚନା ମୁତାବକ, ଆଜି ଭୋର ସମୟରେ ଏକ ଟ୍ରକ ଲୁହାଛଡ଼ ବୋଝେଇ କରି କଟକରୁ କଲିକତା ଅଭିମୁଖେ ଯାଉଥିବାବେଳେ ଭାଲୁଖାଇ ନିକଟରେ ଟାୟାର ଫାଟିଯାଇଥିଲା। ସହ-ଚାଳକ ଟାୟାର ଲଗାଉଥିବାବେଳେ ସେହି ଦିଗରୁ ଏକ ଟ୍ରଲର ଲୁହାଛଡ ବୋଝେଇ କରି କଲିକତା ଅଭିମୁଖେ ଯାଉଥିବାବେଳେ ପୂର୍ବରୁ ବ୍ରେକ ଡାଉନ ହୋଇ ଠିଆହୋଇଥିବା ଟ୍ରକ ପଛରେ ଧକ୍କା ଦେଇଥିଲା । ଧକ୍କା ପ୍ରଚଣ୍ଡ ଥିବାରୁ ଟ୍ରଲର ସମ୍ମୁଖ ଭାଗରେ ନିଆଁ ଲାଗି ଯାଇଥିଲା । ଚାଳକ ଜଣକ ଟ୍ରଲର ଭିତରେ ଚାପି ହୋଇ ରହିଥିବାରୁ ନିଆଁରେ ପୋଡି ହୋଇ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏପଟେ ଧକ୍କା ଫଳରେ ବ୍ରେକଡାଉନ ଟ୍ରକଟି ଆଗକୁ ଗଡିଯିବାରୁ ଟ୍ରକ ତଳେ ଟାୟାର ଲଗାଉଥିବା ସହ-ଚାଳକ ଉପରେ ଚକ ଚଢି ଯାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ବଡଚଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ସମୟରେ ସହ-ଚାଳକଙ୍କ ମୃତ୍ୟୁ ଘଟିଛି । ଟ୍ରଲର ଚାଳକଙ୍କ ନାମ ମାନସ ସାହୁ କୁହାଯାଉଥିବା ବେଳେ ଟ୍ରକ ସହ-ଚାଳକଙ୍କ ନାମ ଜଣାପଡିନାହିଁ । ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଖବର ପାଇ ଧର୍ମଶାଳା ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ସଦଳବଳେ ସେଠାରେ ପହଞ୍ଚି ଗୋଟାଏ ସାଇଡ ରାସ୍ତା ବନ୍ଦ କରି ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ଟ୍ରେଲରକୁ କ୍ରେନ ସାହାଯ୍ୟରେ ଉଠାଇ ରାସ୍ତା ସ୍ୱାଭାବିକ କରିବା ସହିତ ଗାଡି ଦୁଇଟିକୁ ଜବତ କରିଥିଲେ । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନା ପକ୍ଷରୁ କୁହାଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories