www.samajalive.in
Monday, December 15, 2025
24.1 C
Bhubaneswar

ଷ୍ଟାଣ୍ଡଅପ୍‌‌ ଇଣ୍ଡିଆକୁ ସାତ ବର୍ଷ : ୪୦ହଜାର କୋଟିରୁ ଅଧିକ ଟଙ୍କାର ଋଣ ମଞ୍ଜୁର

ନୂଆଦିଲ୍ଲୀ : ଷ୍ଟାଣ୍ଡ୍‌‌ ଅପ୍‌‌ ଇଣ୍ଡିଆ ଯୋଜନାରେ ସରକାର ୧ ଲକ୍ଷ ୮୦ ହଜାର ମହିଳାଙ୍କୁ ୪୦ ହଜାର ୬୦୦କୋଟିରୁ ଅଧିକ ଟଙ୍କାର ଋଣ ମଞ୍ଜୁର କରିଛନ୍ତି। ଷ୍ଟାଣ୍ଡଅପ୍‌‌ ଇଣ୍ଡିଆ ଯୋଜନାର ସପ୍ତମ ବାର୍ଷିକୀ ଅବସରରେ ଉଦ୍‌‌ବୋଧନ ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଲକ୍ଷେ ୮୦ ହଜାର ମହିଳା ଓ ଅନୁସୂଚିତ ଜାତି ଓ ଜନଜାତି ଉଦ୍ୟୋଗପତି ଏହି ଯୋଜନାରେ ଋଣ ପାଇଥିବାରୁ ଏହା ଏକ ଗୌରବର ବିଷୟ । ସେ କହିଛନ୍ତି ଏହି ଯୋଜନା ଏକ ଇକୋ ସିଷ୍ଟମ ସୃଷ୍ଟି କରିଛି, ଯାହା ନୂଆ ଉଦ୍ୟୋଗ ଖୋଲିବା ପାଇଁ ସୁଯୋଗ ପ୍ରଦାନ କରୁଛି । ଏହା ମାଧ୍ୟମରେ ବ୍ୟବସାୟିକ ବ୍ୟାଙ୍କ ଗୁଡ଼ିକରୁ ସେମାନଙ୍କୁ ଋଣ ମିଳିପାରୁଛି। ମନ୍ତ୍ରୀ କହିଛନ୍ତି ଷ୍ଟାଣ୍ଡଅପ୍‌‌ ଇଣ୍ଡିଆ ଯୋଜନା ଅନୁସୂଚିତ ଜାତି ଓ ଜନଜାତି ଏବଂ ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗପତି ପ୍ରତିଭାର ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‌‌ସ୍ତମ୍ଭ ସାବ୍ୟସ୍ତ ହୋଇଛି । ସେ କହିଛନ୍ତି ଷ୍ଟାଣ୍ଡଅପ୍‌‌ ଇଣ୍ଡିଆ ଯୋଜନା ଅନେକ ଲୋକଙ୍କ ଜୀବନରେ ପ୍ରଭାବ ପକାଇଛି ଓ ସେମାନେ ବିନା ବାଧାବିଘ୍ନରେ ସହଜରେ ଓ ଶସ୍ତାରେ ଋଣ ପାଉଛନ୍ତି ।


୨୦୧୬ ଏପ୍ରିଲ୍‌‌ ୫ ତାରିଖରେ ଷ୍ଟାଣ୍ଡଅପ୍‌‌ ଇଣ୍ଡିଆ ଯୋଜନା ଆରମ୍ଭ ହୋଇଥିଲା । ଅନୁସୂଚିତ ଜାତି, ଜନଜାତି ଓ ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗୀ ପ୍ରତିଭାର ବିକାଶ ପାଇଁ ଏହି ଯୋଜନାର ଆରମ୍ଭ କରାଯାଇଥିଲା । ଏହି ଯୋଜନା ସେମାନଙ୍କୁ ଉତ୍ପାଦନ, ସେବା ଓ ବାଣିଜ୍ୟ କ୍ଷେତ୍ରରେ ନୂଆ ଉଦ୍ୟୋଗ ସ୍ଥାପନ କରିବାରେ ସାହାଯ୍ୟ କରିଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories