୭୩ ପ୍ରତିଶତ ଭାରତୀୟ ଏହି ଗୋଟିଏ ପରିବାକୁ ପସନ୍ଦ କରନ୍ତି !
ଭାରତୀୟମାନେ ସକାଳର ଜଳଖିଆ ଠାରୁ ଆରମ୍ଭ କରି ରାତ୍ରିଭୋଜନ ଯାଏଁ, ଆଳୁରେ ପ୍ରସ୍ତୁତ ଖାଦ୍ୟ ଖାଇଥାନ୍ତି । ଆଳୁ ଏପରି ଏକ ପରିବା ଯାହା ବର୍ଷସାରା ବଜାରରେ ଉପଲବ୍ଧ ଥାଏ । ଅଧିକାଂଶ ଲୋକ ଆଳୁ ଖାଇବାକୁ ପସନ୍ଦ କରିଥାଆନ୍ତି। କିଛି ଲୋକଙ୍କର ଆଳୁ ବିନା ଭୋଜନ ଅଧା ରୁହେ ବୋଲି ଏକ ସର୍ବେକ୍ଷଣରୁ ଜଣାପଡିଛି ।
ରିପୋର୍ଟ ମୁତାବିକ, ଭାରତର ଅଧିକାଂଶ ଲୋକ ଆଳୁ ଖାଆନ୍ତି । ଆଳୁର ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । ମିଲ୍ ବ୍ୟତିତ ସ୍ନାକସ୍ ଓ ଫାଷ୍ଟ୍ ଫୁଡରେ ମଧ୍ୟ ଭାରତୀୟମାନେ ଆଳୁ ଖାଇଥାଆନ୍ତି ।
ଫୁଡ ଟକ୍ ଇଣ୍ଡିଆ ପକ୍ଷରୁ ନୂଆଦିଲ୍ଲୀ, ମୁମ୍ବାଇ,ବେଙ୍ଗାଲୁର ଓ ଚଣ୍ଡିଗଡରେ ଏକ ସର୍ବେକ୍ଷଣ ରିପୋର୍ଟରୁ ଜଣାପଡିଛି ଯେ, ଭାରତରେ ପ୍ରାୟ ୬୫ ପ୍ରତିଶତ ଲୋକ ଆଳୁ ଖାଇବାକୁ ଅଧିକ ପସନ୍ଦ କରନ୍ତି ।
୧୫ରୁ ୪୦ ବର୍ଷ ବୟସ ଲୋକଙ୍କ ମଧ୍ୟରୁ ୫୧ ପ୍ରତିଶତ ଲୋକ ପ୍ରତିଦିନ ଆଳୁ ଖାଇଥାନ୍ତି । ଏହା ସହ ୭୩ ପ୍ରତିଶତ ଲୋକ ଭଜା ଆଳୁ ଖାଇବାକୁ ପସନ୍ଦ କରନ୍ତି ।