www.samajalive.in
Sunday, December 7, 2025
14.1 C
Bhubaneswar

ଭେଜିଟେବଲ ଅନ ହ୍ୱିଲ ଆରମ୍ଭ – ଲାଭବାନ ହେବେ ଚାଷୀ, ୩ ଘଣ୍ଟାରେ ଗ୍ରାହକଙ୍କୁ ମିଳିବ ସତେଜ ପରିବା

ସମ୍ବଲପୁର: କରୋନା ଭୂତାଣୁ ବିଶ୍ୱରେ ମହାମାରୀ ରୂପ ନେବା ପରେ ଏହାର ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ଦେଶରେ ଏବେ ଲକ ଡାଉନ କରାଯାଇଛି। ଲକ ଡାଉନ ସମୟରେ ହାତକୁ ସାବୁନରେ ନିୟମିତ ବ୍ୟବଧାନରେ ଅତିକମରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଧୋଇବା, ମାସ୍କ ପିନ୍ଧିବା, ସାନିଟାଇଜରର ବ୍ୟବହାର ଓ ସାମାଜିକ ଦୂରତ୍ୱ ରକ୍ଷା କରିବା ଭଳି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପ୍ରଶାସନ ତରଫରୁ ବାରମ୍ବାର ଅନୁରୋଧ କରାଯାଉଛି। ଲକ ଡାଉନ ସମୟରେ ଜନତାର ସୁବିଧା ପାଇଁ ଅତ୍ୟାବଶ୍ୟକୀୟ ସେବା ବ୍ୟତିତ ବାକି ସବୁ ସେବାକୁ ବନ୍ଦ ରଖାଯାଇଛି। ତେବେ ବହୁ ବ୍ୟକ୍ତି ପ୍ରତ୍ୟହ ସକାଳୁ ପରିବା କିଣିବା ଆଳରେ ଘରୁ ବାହାରି ଯାଇ ବଜାରମାନଙ୍କରେ ଭିଡ ଜମାଇବା ସହିତ ଘୂରି ବୁଲୁଛନ୍ତି। ଏଣୁ ସରକାର ଲୋକେ ଯେମିତ ଘରେ ରହିବେ ଏବଂ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଘରେ ପାଇ ପାରିବେ ସେଥିପାଇଁ ବିଭିନ୍ନ ବିକଳ୍ପ ବ୍ୟବସ୍ଥାମାନ ଗ୍ରହଣ କରୁଛନ୍ତି। ଏହି କ୍ରମରେ ରବିବାର ଠାରୁ ସମ୍ବଲପୁର ଜିଲା ପ୍ରଶାସନ ଏବଂ ଓରମାସର ମିଳିତ ଉଦ୍ୟମରେ ‘ଭେଜିଟେବଲ ଅନ ହ୍ୱିଲ : ଫାର୍ମ ଟୁ କିଚେନ ଇନ ୩ ଆୱାରସ’ ଅଭିଯାନ ଆରମ୍ଭ କରାଯାଇଛି।

ଏ ସର୍ମ୍ପକରେ ଓରମାସ ଅଧିକାରୀ ଶ୍ରୀମନ୍ତ ହୋତା କହିଛନ୍ତି ଯେ, କରୋନାକୁ ନେଇ ଏବେ ଲକ ଡାଉନ ଚାଲିଥିବା ବେଳେ ଉଭୟ ଚାଷୀ ଓ ଗ୍ରାହକଙ୍କୁ ସୁବିଧାରେ ପନିପରିବା ଯୋଗାଇ ଦେବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସମ୍ବଲପୁର ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ରହିଥିବା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ମାଧ୍ୟମରେ ଚାଷୀ ମାନଙ୍କ ଠାରୁ ପନିପରିବା ସିଧାସଳଖ କିଣି ଆମକୁ ଦେଉଛନ୍ତି। ସମସ୍ତ ପନିପରିବା ଗୁଡିକୁ ଅଶୋକ ଜଲାନ ଫାଉଣ୍ଡେସନ ଦ୍ୱାରା ପ୍ରଦତ୍ତ ଗାଡିରେ ଡିଆରଡିଏ କାର୍ଯ୍ୟାଳୟ ପରିସରକୁ ଅଣାଯାଇ ମହାନଗର ନିଗମ ଅଞ୍ଚଳରେ ରହିଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଦାନ କରାଯାଉଛି। ପୂର୍ବରୁ ସର୍ମ୍ପକ କରାଯାଇଥିବା ଆପାର୍ଟମେଣ୍ଟ, ହାଉସିଂ ସୋସାଇଟି ଆଦିକୁ ସେହି ସହାୟକ ଗୋଷ୍ଠୀ ମାନେ ନିଜସ୍ୱ ଅଟୋ ମାଧ୍ୟମରେ ସତେଜ ପରିବା ଗୁଡିକୁ ଏକ ନିର୍ଦ୍ଧାରିତ ସମୟରେ ନେଇ ସୁଲଭ ଦରରେ ବିକ୍ରି କରୁଛନ୍ତି। ପ୍ରଥମ ଦିନରେ ପ୍ରାୟ ୪୦ ଜଣ ଚାଷୀ ଲାଭାନ୍ୱିତ ହୋଇଛନ୍ତି। ଏବେ ୪ଟି ଗ୍ରୃପଙ୍କୁ ମହାନଗର ନିଗମ ଅଞ୍ଚଳରେ ଦାୟିତ୍ୱ ଦିଆଯାଇଥିବା ବେଳେ ଚାହିଦାକୁ ଦେଖି ଗ୍ରୃପ ମାନଙ୍କର ସଂଖ୍ୟା ମଧ୍ୟ ବଢ଼ାଯିବ। ପ୍ରଥମ ଦିବସରେ ୩୦୭ କିଲୋଗ୍ରାମର ୧୪ ପ୍ରକାରର ପନିପରିବା ବିକ୍ରି କରାଯାଇଥିବା ବେଳେ ୧୨ ହଜାର ୩୭୦ ଟଙ୍କା ଆଦାୟ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଚାଷୀର ଅଭାବୀ ବିକ୍ରି ରୋକି ତାର ଉଚିତ ମୂଲ୍ୟ ପ୍ରଦାନ, ପନିପରିବା ବିକ୍ରିରେ ମଧ୍ୟସ୍ଥ ବ୍ୟକ୍ତିର ଭୂମିକାକୁ ଶେଷ କରିବା, କ୍ଷେତରୁ ରୋଷେଇଶାଳାକୁ ୩ ଘଣ୍ଟା ମଧ୍ୟରେ ପନିପରିବା ପହୁଞ୍ଚାଇବା, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଚାଷୀମାନଙ୍କୁ ଲକ ଡାଉନ ସମୟରେ ରୋଜଗାର ଯୋଗାଇବା, ସହରାଞ୍ଚଳ ଜନତାଙ୍କୁ ସୁଲଭ ଦରରେ ତାଙ୍କର ଦ୍ୱାର ମୁଖରେ ସତେଜ ପନିପରିବା ଉପଲବ୍ଧ କରାଇବା, ସାମାଜିକ ଦୂରତ୍ୱ, ସ୍ୱଚ୍ଛତା ଆଦିକୁ ଲକ୍ଷ୍ୟରେ ରଖାଯାଇ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ଅଭିଯାନ ଏବେ ଲକ ଡାଉନ ଶେଷ ପର୍ଯ୍ୟନ୍ତ ଚାଲୁ ରହିବ। ତେବେ ଏହାର ସଫଳତା ଓ ଚାହିଦାକୁ ଦେଖି ଆଗାମୀ ଦିନରେ ଏହାକୁ ଆଗକୁ ମଧ୍ୟ ଜାରି ରଖିବା ପାଇଁ ବିଚାର କରାଯାଉଛି ବୋଲି ଅଧିକାରୀ ହୋତା କହିଛନ୍ତି। ପ୍ରଶାସନ ପକ୍ଷରୁ ଚାଲୁ କରାଯାଇଥିବା ଏହି ଅଭିଯାନକୁ ସଚେତନ ମହଲରେ ଉଚ୍ଚ ପ୍ରଶଂସା ଓ ସ୍ୱାଗତ କରାଯାଉଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories