ଭୁବନେଶ୍ୱର : ରାୟଗଡା ଜିଲ୍ଲାର ଦୁର୍ଗମ ଅଞ୍ଚଳ ତଥା ୨୧ ଟି ଅପହଞ୍ଚ ଗ୍ରାମରେ ବେଦାନ୍ତର ଭ୍ରାମ୍ୟମାଣ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ପୂର୍ବରୁ ଅନ୍ୟ ଗ୍ରାମମାନଙ୍କରେ ଏହା କାର୍ଯ୍ୟକାରୀ ହୋଇଥିବା ବେଳେ ଏବେ କାଶୀପୁର ଅଞ୍ଚଳର ପ୍ରାୟ ୧୦,୦୦୦ ଲୋକଙ୍କୁ ଏହାର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ମାଧ୍ୟମରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବ ।ପ କେବଳ ଚିକିତ୍ସା ସୁବିଧା ବୃଦ୍ଧି କରିବ ନାହିଁ, ବରଂ ଏକ ସୁସ୍ଥ ସମ୍ପ୍ରଦାୟକୁ ପ୍ରୋତ୍ସାହିତ କରି ସ୍ୱାସ୍ଥ୍ୟ ସଚେତନତା ମଧ୍ୟ ବୃଦ୍ଧି କରିବ ।
ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ସୁନୀଲ ଗୁପ୍ତା ଏହି ଅବସରରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇବା ଏକ ମୌଳିକ ଅଧିକାର । ବେଦାନ୍ତର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ଦେଶର କେତେକ ଅଣସଂରକ୍ଷିତ ଅଞ୍ଚଳକୁ ଅତ୍ୟାବଶ୍ୟକ ଚିକିତ୍ସା ସେବା ଯୋଗାଉଛି ଦେବା ସହ ଲୋକଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଉଥିବା କହିଛନ୍ତି ।
ଏମ୍ଏଚୟୁ ହେଉଛି ଏକ ସ୍ୱତନ୍ତ୍ର ଭ୍ୟାନ୍, ଯେଉଁଥିରେ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଏବଂ ବିଶେଷଜ୍ଞ ମେଡ଼ିକାଲ ଟେକ୍ନିସିଆନମାନେ ରହିଛନ୍ତି । ଏହି ସେବାରେ ପ୍ରାଥମିକ ଚିକିତ୍ସା ପରାମର୍ଶ, ରକ୍ତ ପରୀକ୍ଷା, ରକ୍ତଚାପ ପରୀକ୍ଷଣ, ମୌଳିକ ପରୀକ୍ଷା ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯାଞ୍ଚ ଯୋଗାଇ ଦେଇଥାଏ ।



