ନକଲି ନମ୍ବରପ୍ଲେଟ ଲଗାଇ ଗଞ୍ଜେଇ ଚାଲାଣ, ୩ ଗିରଫ

ବଲାଙ୍ଗିର: କାରରେ ନକଲି ନମ୍ବର ପ୍ଲେଟ ଲଗାଇ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୁକ୍ତମାନେ ଏକ କାରରେ ନକଲି ନମ୍ବର ପ୍ଲେଟ ଲଗାଇ ଫୁଲବାଣୀରୁ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚାଲାଣ କରୁଥିବା ଖବର ଅବକାରୀ ବିଭାଗ ପାଖରେ ପହଞ୍ଚିଥିଲା। ଖବର ପାଇ ଅବକାରୀ ବିଭାଗ ଅଧିକାରୀମାନେ ଏହି କାରକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଏହି କାର ଭିତରୁ ୨ କ୍ୱିଣ୍ଟାଲ ୧୦ କିଗ୍ରା ଗଞ୍ଜେଇ ମିଳିଥିଲା। କାରରୁ ମିଳିଥିବା ଗଞ୍ଜେଇକୁ ଜବତ ସହ ୩ଜଣଙ୍କୁ ଅଟକ ରଖି ଅବକାରୀ ବିଭାଗ ଅଧିକାରୀମାନେ ପଚରାଉଚୁରା କରିଥିଲେ। ପଚରାଉଚୁର ସମୟରେ ଅଭିଯୁକ୍ତମାନେ ଫୁଲବାଣୀରୁ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡ଼ିଡ଼ିିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨୧ଲକ୍ଷ ଟଙ୍କାହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।

Comments are closed.