www.samajalive.in
Tuesday, December 9, 2025
15.1 C
Bhubaneswar

ବେଦାନ୍ତ ଆଲୁମିନିୟମ ପକ୍ଷରୁ ସୁରକ୍ଷା ସମ୍ମିଳନୀ

ଝାରସୁଗୁଡ଼ା: ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ପ୍ଲାଣ୍ଟରେ ସୁରକ୍ଷା ସଂପର୍କିତ ଜ୍ଞାନର ଆଦାନ ପ୍ରଦାନ ଓ ଔଦ୍ୟୋଗିକ ସୁରକ୍ଷା ଅଭ୍ୟାସ ଆବଶ୍ୟକତା ଉପରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଇନ ଶୃଙ୍ଖଳା ଏବଂ ଔଦ୍ୟୋଗିକ ସୁରକ୍ଷା ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ସଂଯୋଗକୁ ନେଇ ଅଧିବେଶନରେ ଗୋଷ୍ଠୀର ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ବିଭିନ୍ନ ଶିଳ୍ପ ସୁରକ୍ଷା ଅଧିକାରୀ ଓ ପୁଲିସ ଅଧୀକ୍ଷକଙ୍କ ସମେତ ୮୦ରୁ ଅଧିକ ବିଶିଷ୍ଟ ପୁଲିସ ଅଧିକାରୀ ତଥା କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ସମ୍ମିଳନୀ କର୍ମଚାରୀ ଓ ବ୍ୟବସାୟିକ ସହଯୋଗୀମାନଙ୍କୁ ଆମନ୍ତ୍ରଣ କରିବା ପାଇଁ ଆୟୋଜିତ କରାଯାଇଥିଲା।

ଓଡ଼ିଶାର ପୂର୍ବତନ ଆଇପିଏସ ବି.କେ. ଶର୍ମା ପୁଲିସ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ଶିଳ୍ପ ସଂସ୍ଥା ଓ ଆଇନ ଶୃଙ୍ଖଳା ମଧ୍ୟରେ ପ୍ରଭାବଶାଳୀ ସହଯୋଗ ଦ୍ୱାରା ଅନେକ ବିପଦରୁ ସୁରକ୍ଷା ମିଳିପାରିବ। ଅଧିକ ନିରାପତ୍ତା ଲାଗି କଠୋର ଅନୁପାଳନ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯିବା ଉଚିତ। ଆଲୋଚନା ଓ ଅଗ୍ରଣୀ ସହଯୋଗୀ ପ୍ଲାଟଫର୍ମ ସହ ସଂପର୍କ ରକ୍ଷା ପାଇଁ ମୁଁ ବେଦାନ୍ତକୁ ଧନ୍ୟବାଦ ଜଣାଉଛି। ଏହାଦ୍ୱାରା ପାରସ୍ପରିକ ସହଯୋଗ ବୃଦ୍ଧି ପାଇବା ସାଙ୍ଗକୁ ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିବ।

- Advertisement -

ଏହି ଜ୍ଞାନ ଆଦାନ ପ୍ରଦାନ ଅଧିବେଶନରେ ବେଦାନ୍ତ ଆଲୁମିନିୟମ ବ୍ୟବସାୟ ସିଓଓ ସୁନୀଲ ଗୁପ୍ତା ମତ ଦେଇଥିଲେ ଯେ, ସୁରକ୍ଷା ଓ ନିରାପତ୍ତା ଉପରେ ଆମର ସର୍ବଦା ଧ୍ୟାନ ରହି ଆସିଛି। ବେଦାନ୍ତ ଆଲୁମିନିୟମ ଗୋଷ୍ଠୀ ସୁରକ୍ଷା ଓ କଲ୍ୟାଣକୁ ପ୍ରାଥମିକତା ଦେଇ ମୌଳିକତାକୁ ବଜାୟ ରଖେ। ଆମେ ଉତ୍ସାହର ସହ ସହଯୋଗୀ ପ୍ଲାଟଫର୍ମଗୁଡ଼ିକୁ ଗ୍ରହଣ କରୁ, ଯାହାଦ୍ୱାରା ସଙ୍କଟ ସମୟରେ ପାରସ୍ପରିକ ସମର୍ଥନ ମିଳିପାରିବ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories