www.samajalive.in
Tuesday, December 9, 2025
26.1 C
Bhubaneswar

ବୌଦ୍ଧ ଜିଲ୍ଲାରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ କୋଭିଡ୍ ଟିକାକରଣ ଆରମ୍ଭ, ପ୍ରଥମ ଦିନରେ ନେଲେ ୫୬୪ ଜଣ

ବୌଦ୍ଧ : ସ୍ଥାନୀୟ ଟାଉନହଲରେ ୧୮ ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପାଇଁ କୋଭିଡ୍ ଟିକାକରଣ ଆରମ୍ଭ ହୋଇଯାଇଛି। ନିର୍ଦ୍ଧାରିତ ସମୟର ବହୁପୂର୍ବରୁ ଟିକାକରଣ କେନ୍ଦ୍ରଠାରେ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଥିଲା। ଟିକାକରଣ ନିମନ୍ତେ ହିତାଧିକାରୀମାନେ ଅଭୁତପୂର୍ବ ଭାବେ ଉତ୍ସାହ ଦେଖାଇଥିଲେ। ପୂର୍ବରୁ ପଂଜିକୃତ ବ୍ୟକ୍ତିଙ୍କ ବିବରଣୀକୁ ଟିକାକରଣ କେନ୍ଦ୍ରରେ ପୁନର୍ବାର ଯାଞ୍ଚ କରିବା, ପ୍ରତୀକ୍ଷାକକ୍ଷ, ଟିକାକରଣ କକ୍ଷ, ପର୍ଯ୍ୟବେକ୍ଷଣ କକ୍ଷ ଗୁଡ଼ିକରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସ୍ୱାସ୍ଥ୍ୟ ବିଭାଗ ତରଫରୁ କରାଯାଇଥିଲା। ଟାଉନହଲରେ ଟିକାକରଣର ସ୍ଥିତିକୁ ଯାଞ୍ଚ୍ କରିବା ପାଇଁ ନିଜେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ପରିଦର୍ଶନ କରିଥିଲେ। ପଂଜିକୃତ ସମସ୍ତ ହିତାଧିକାରୀ ଯେପରି ସୁରୁଖୁରୁରେ ଟିକାକରଣର ସୁବିଧା ପାଇପାରିବେ ସେଭଳି ବ୍ୟବସ୍ଥାକୁ ନିଶ୍ଚିତ କରିବା ପାଇଁ ଶ୍ରୀ ମିଶ୍ର ସ୍ୱାସ୍ଥ୍ୟ ବିଭାଗ ସହ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଦିନ ୧ ଘଂଟା ସୁଦ୍ଧା ୬୦୦ ବ୍ୟକ୍ତିଙ୍କୁ ଟିକାକରଣ କରାଇବାକୁ ଲକ୍ଷଧାର୍ଯ୍ୟ କରାଯାଇଥିବା ବେଳେ ୫୬୪ ଜଣ ବ୍ୟକ୍ତି ଟିକା ନେଇଥିଲେ। ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ତନଖି କରିବାପାଇଁ ସ୍ଥାନୀୟ ପୋଲିସ ସହାୟତା କରିଥିଲେ। ହିତାଧିକାରୀମାନେ ଟୀକାକରଣ ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ବ୍ୟବସ୍ଥାକୁ ପ୍ରଶଂସା କରାଯାଇଛି।

- Advertisement -

ଏହି ଟିକାକରଣ କାର୍ଯ୍ୟକ୍ରମରେ ଜିଲା ଟିକାକରଣ ଅଧିକାରୀ ଡା. ଭଂଜକିଶୋର ରାମଚନ୍ଦ୍ର ଦେଓ ହେମ୍ରମ୍, ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. କିଶୋରଚନ୍ଦ୍ର ପଟ୍ଟନାୟକ, ଡିପିଏମ୍ ରୂପକ ମହାପାତ୍ର, ଜିଲା ପ୍ରଜନନ ଓ ଶିଶୁସ୍ୱାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର, ଡାଟା ମ୍ୟାନେଜର୍ ଅଶୋକ କୁମାର ମିଶ୍ର, ଦୋଳଗୋବିନ୍ଦ ପ୍ରଧାନ, ଅମ୍ରିତା ପଟ୍ଟନାୟକଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର ବହୁ କର୍ମୀ ସହଯୋଗ କରିଥିଲେ। ଜୁନ୍ ୮ ଓ ୯ ତାରିଖ ପାଇଁ ୭୦୦ ଲେଖାଏଁ ବ୍ୟକ୍ତିଙ୍କୁ ଟିକାକରଣ କରିବା ପାଇଁ ସ୍ଥିରୀକୃତ କରାଯାଇଛିି।

 

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories