www.samajalive.in
Monday, December 8, 2025
14.1 C
Bhubaneswar

କୋଭିଡ୍‌ ପାଇଁ ଟିକା ଅମୋଘ ଅସ୍ତ୍ର – କାଢା ବଢାଇବ ପ୍ରତିରୋଧକ ଶକ୍ତି : ଏମସ୍‌ର ପୂର୍ବତନ ନିର୍ଦେଶକ ଡାକ୍ତର ଅଶୋକ ମହାପାତ୍ର

ଭୁବନେଶ୍ୱର- କୋଭିଡ୍‌ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଟିକା ହେଉଛି ଅମୋଘ ଅସ୍ତ୍ର । ଏଥିପାଇଁ ସମସ୍ତ  ଯୋଗ୍ୟ ନାଗରିକ ଟିକା ନିହାତି ନେବା ଆବଶ୍ୟକ । ଏହା ସହ ଆମେ ପାରମ୍ପରିକ ଭାବେ ବ୍ୟବହାର କରୁଥିବା କାଢା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ ଦେଶର ବରିଷ୍ଠ ନ୍ୟୁରୋ ସର୍ଜନ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି । ଅର୍ଥବ ବେଦ, ଧ୍ୱନନ୍ତରୀ, ଶୁଶ୍ରୁତ ଏବଂ ଚରକଙ୍କ ଦ୍ୱାରା ଭାରତୀୟ ଚିକିତ୍ସା ପ୍ରଣାଳୀରେ ଅନେକ ଘରୋଇ ଏବଂ ପାରମ୍ପରିକ ଚିକିତ୍ସା ରହିଛି । ହଜାର ହଜାର ବର୍ଷ ପୂର୍ବରୁ ଏହା ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ଆସିଛି ।

- Advertisement -

ଟିକା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା । ମାତ୍ର କାଢା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଆହୁରି ବଢାଇବ ।କୋଭିଡ୍‌ର ତୃତୀୟ ଲହର ଆରମ୍ଭ ହୋଇଛି । ଏଥିରେ ରୋଗୀ ବେଶୀ ଗୁରୁତର ହେଉ ନାହାନ୍ତି କି ଡାକ୍ତରଖାନା ଆସିବା ଦରକାର ହେଉ ନାହିଁ । ମାତ୍ର ଘରେ ରହି କିଛି ଘରୋଇ ଜିନିଷ ଯେପରି ତୁଳସୀ, ଅଦା, ଗୋଲମରିଚ ଏବଂ ହଳଦୀରୁ ପ୍ରସ୍ତୁତ କାଢାରେ ଅଳ୍ପ ମହୁ ପକାଇ ପିଇଲେ ଉପକାର ନିହାତି ମିଳିବ। ।

ପାରମ୍ପରିକ କାଢାରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବାର କ୍ଷମତା ରହିଥିବା ବିଶ୍ୱରେ ସୁନାମ ଅର୍ଜନ କରିଥିବା ଓଡିଆ ନ୍ୟୁରୋ ସର୍ଜନ ତଥା ଏମସ୍‌ ଭୁବନେଶ୍ୱରର ପୂର୍ବତନ ନିର୍ଦେଶକ ଡାକ୍ତର ଅଶୋକ ମହାପାତ୍ର ସୂଚନା ଦେଇଛନ୍ତି । ଟିକା କୋଭିଡ୍‌ ବିରୋଧରେ ଅମୋଘ ଅସ୍ତ୍ର ଏବଂ କାଢା ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ବୋଲି ସେ କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories