www.samajalive.in
Sunday, December 7, 2025
14.1 C
Bhubaneswar

ମଧ୍ୟପ୍ରଦେଶ ଗସ୍ତରେ ଯୋଗୀ ଆଦିତ୍ୟନାଥ

ଇନ୍ଦୋର : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିନିକିଆ ମଧ୍ୟପ୍ରଦେଶ ଗସ୍ତରେ ଯାଇଛନ୍ତି । ସେଠାରେ ସେ ଆଜି ଅହଲ୍ୟାବାଇଙ୍କ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରଥମେ ସେ ଉଜ୍ଜୟିନୀ ଗସ୍ତ କରି ଜ୍ୟୋର୍ତିଲିଙ୍ଗ ଭଗବାନ ମହାକାଳଙ୍କର ପୂଜାର୍ଚ୍ଚନା କରିଛନ୍ତି। ସେ ନାଥ ସମ୍ପ୍ରଦାୟର ପ୍ରମୁଖ ସ୍ଥଳୀ ଭର୍ତ୍ତୃହରୀ ଗୁମ୍ପା ମଧ୍ୟ ପରିଦର୍ଶନ କରିବେ। ପରେ ସେ ବଗଳାମୁଖୀ ଧାମ ମଧ୍ୟ ଯିବାର  କାର୍ଯ୍ୟକ୍ରମ ରହିଛି ।

ପରେ ସେ ଇନ୍ଦୋରରେ ରାଜୱାଡା ଉଦ୍ୟାନ ଯିବେ। ସେହିପରି ସେ ନାଥ ମନ୍ଦିର ସ୍ଥିତ ମାଧବ ରାଜ ମହାରାଜଙ୍କ ସମାଧି ସ୍ଥଳ ଯିବେ। ଏଠାରେ ସେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମାସ୍ଥଳର ଲୋକାର୍ପଣ କରିବେ। ଅପରାହ୍ନ ୪ଟାରେ ଅହଲ୍ୟାବାଇ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ  ସାମିଲ ହେବେ। ସନ୍ଧ୍ୟାରେ ସେ ଲକ୍ଷ୍ନୌ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories