www.samajalive.in
Sunday, December 14, 2025
19.1 C
Bhubaneswar

‘ମାତୃଭାଷା ଅପେକ୍ଷା ଇଂରାଜୀରେ ବୁଝିବା ସହଜ ହୁଏ ବିଜ୍ଞାନ ଓ ବୈଷୟିକ ପାଠ୍ୟକ୍ରମ’

ଭୁବନେଶ୍ବର: ଇଂରାଜୀ ହେଉଛି ଏକ ଅନ୍ତର୍ଜାତୀୟ ଭାଷା। ଏଥିରେ ପାରଦର୍ଶିତା ହାସଲ ଦ୍ବାରା ଦକ୍ଷତା ବିକାଶ ହୋଇଥାଏ। ଆଜିର ଆଧୁନିକତା ସମାଜରେ ଏବେ ଇଂରାଜୀ ଏକ ବହୁଳ ବ୍ୟବହାରିକ ଭାଷା ଭାବେ ବିବେଚନା କରାଯାଉଛି। ମାତୃଭାଷା ଓ ଇଂରାଜୀ ଭାଷା ପରସ୍ପରର ବିରୋଧୀ ନୁହେଁ। ମାତୃଭାଷା ଓ ଆଞ୍ଚଳିକ ଭାଷା ଅପେକ୍ଷା ଇଂରାଜୀରେ ବିଜ୍ଞାନ ଓ ବୈଷୟିକ ପାଠ୍ୟକ୍ରମ ବିଷୟବସ୍ତୁ ବୁଝିବା ସହଜ ହୋଇଥାଏ। ବିଜ୍ଞାନର ଉପକାରିତା କିଭଳି ଲୋକଙ୍କ ହିତରେ ଲାଗି ପାରିବ ସେଥିପାଇଁ ସରଳ ଇଂରାଜୀ ଭାଷାରେ ତାହା ଉପସ୍ଥାପନ କରିବା ଉଚିତ। ଆଧୁନିକତା ଓ ଏହାର ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀମାନେ ନିଜର ଭବିଷ୍ୟତ ଗଢ଼ିବା ପାଇଁ ଶୃଙ୍ଖଳିତ ଜୀବନ ଯାପନ କରିବା ଅପରିହାର୍ୟ୍ୟ। କାରଣ ଶୃଙ୍ଖଳିତ ଜୀବନଧାରା ସେମାନଙ୍କ ଭବିଷ୍ୟତ ଗଢ଼ିବାରେ ସହାୟକ ହେବ ଏବଂ ଏହା ସେମାନଙ୍କ ପାଇଁ ସଫଳତା ଆଣିଦେଇପାରିବ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟର ଇଂରାଜୀ ବିଭାଗ ପକ୍ଷରୁ ଆୟୋଜିତ ‘ଆଧୁନିକତା ଓ ଏହାର ପରବର୍ତ୍ତୀ ଜୀବନ’ ଶୀର୍ଷକ ଜାତୀୟ ସମ୍ମିଳନୀରେ ଯୋଗଦେଇଥିବା ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

 

- Advertisement -

ଉତ୍କଳ ବିଶ୍ବବିଦ୍ୟାଳୟର ଇଂରାଜୀ ବିଭାଗ ପକ୍ଷରୁ ଆୟୋଜିତ ‘ଆଧୁନିକତା ଓ ଏହାର ପରବର୍ତ୍ତୀ ଜୀବନ’ ଶୀର୍ଷକ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରି କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ କହିଥିଲେ ଯେ ଆଧୁନିକ ଏକ ସାଧାରଣ କଥା। ତେବେ ଆଧୁନିକତା ଓ ଏହାର ପରବର୍ତ୍ତୀ ଜୀବନରେ ଭାଷାର ପ୍ରୟୋଗ ଗୁରୁତ୍ବପୂର୍ଣ୍ଣ। ତେଣୁ ବିଶେଷଜ୍ଞମାନେ ଏହାର ନିର୍ୟ୍ୟାସ ବାହାର କରିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। କାର୍ୟ୍ୟକ୍ରମରେ ଯୋଗଦେଇ ପିଜି କାଉସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକ ଏବଂ ଯୋଦ୍ଧପୁର ବିଶ୍ବବିଦ୍ୟାଳୟର ଇଂରାଜୀ ପ୍ରଫେସର ସୁପ୍ରିୟା ଚୌଧୁରୀ ବହୁଭାଷୀ ଏବଂ ସାଂସ୍କୃତିକ ବିବିଧତାରେ ଇଂରାଜୀ ଭାଷାର ପ୍ରୟୋଗ ଓ ଗୁରୁତ୍ବ ସମ୍ପର୍କରେ ଆଲୋଚନା କରିଥିଲେ। ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ଅସୀମ ରଞ୍ଜନ ପାଢ଼ୀ ସ୍ବାଗତ ଭାଷଣ ଦେଇଥିବାବେଳେ ଆବାହକ ଏସ୍.ଦୀପିକା ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସଂଯୋଜକ ପୁଲସ୍ତ୍ୟ ଜାନି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅସୀମ ରଞ୍ଜନ ପାଢ଼ୀଙ୍କ ଲିଖିତ କବିତା ସଂକଳନ ‘ଅଫ ସନ୍ସ ଆଣ୍ଡ ଫାଦର୍ସ’ ଏବଂ ‘ଜର୍ଣ୍ଣାଲ ଅଫ ଲିଟେରାରି ଷ୍ଟଡ଼ିଜ’ର ୨୫ତମ ସଂସ୍କରଣ ଉନ୍ମୋଚିତ ହୋଇଛି। ଦୁଇଦିନ ବ୍ୟାପୀ ଚାଲିବାକୁ ଥିବା ଏହି ସମ୍ମିଳନୀରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ବିଶେଷଜ୍ଞ, ଗବେଷକ ଓ ଛାତ୍ରଛାତ୍ରୀ ଯୋଗଦେଇଛନ୍ତି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories