ଟ୍ରମ୍ପଙ୍କୁ ବିରୋଧ କରି ଭାରତୀୟ ବଂଶୋଦ୍ଭବ ଗିରଫ

0

ୱାଶିଂଟନ୍‍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜିରୋ ଟଲରାନ୍ସ ନୀତିର ପ୍ରତିବାଦ କରି ଭାରତୀୟ ବଂଶୋଦ୍ଭବ ତଥା ୟୁଏସ୍‍ କଂଗ୍ରେସ ନେତ୍ରୀ ପ୍ରମିଳା ଜୟପାଲ ଗିରଫ ହୋଇଛନ୍ତି। ଆମେରିକାକୁ ଅନୁପ୍ରବେଶ କରୁଥିବା ବିଦେଶୀଙ୍କ ପରିବାରକୁ ଆମେରିକାର ସୀମାରେ ଅଲଗା କରି ଦିଆଯାଉଛି। ଇତିମଧ୍ୟରେ ପ୍ରାୟ ୨୦୦୦ ପରିବାରକୁ ଅଲଗା କରି ଦିଆଯାଉଛି। ଏହାର ପ୍ରତିବାଦରେ ବିକ୍ଷୋଭ କରୁଥିବା ଜୟପାଲ୍‍ଙ୍କ ସହିତ ୫୦୦ ମହିଳାଙ୍କୁ ଗିରଫ କରାଯାଇଛି। ଏକମାତ୍ର ଇଣ୍ଡୋ-ଆମେରିକାନ୍‍ ମହିଳା ଭାବରେ ଜୟପାଲ୍‍ ହାଉସ୍‍ ଅଫ୍‍ ରିପ୍ରେଜେଣ୍ଟେଟିଭ୍‍ସ୍‍କୁ ନିର୍ବାଚିତ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ମେକ୍ସିକୋରୁ ଆମେରିକା ଆସୁଥିବା ଜଣେ ଭାରତୀୟ ମହିଳାଙ୍କୁ ତାଙ୍କ ୫ ବର୍ଷର ଦିବ୍ୟାଙ୍ଗ ଶିଶୁ ଠାରୁ ଅଲଗା କରିଦିଆଯିବା ପରେ ପ୍ରମିଳା ପ୍ରତିବାଦ କରିଛନ୍ତି।

kalyan agarbati
Leave A Reply