www.samajalive.in
Sunday, December 7, 2025
23.1 C
Bhubaneswar

ନିଜସ୍ବ ନାଗରିକଙ୍କୁ ବାଇଡେନଙ୍କ ଚେତାବନୀ, ଯେକୌଣସି ମୁହୂର୍ତ୍ତରେ ଯୁଦ୍ଧ

କିବ୍‌(ୟୁକ୍ରେନ୍‌): ଆମେ ବିଶ୍ବର ସର୍ବଶ୍ରେଷ୍ଠ ସେନା ସହ ମୁହାଁମୁହିଁ ଯୁଦ୍ଧ କରିବା ଅବସ୍ଥାରେ ପହଞ୍ଚି ଯାଇଛୁ। ଏହା ୩ୟ ବିଶ୍ବଯୁଦ୍ଧର ରୂପ ନେଇପାରେ। କାରଣ ଆମ ନେତୃତ୍ବାଧୀନ ‘ନାଟୋ’ ସେନା ପଛକୁ ହଟିବାର ପ୍ରଶ୍ନ ଉଠୁନି। ସମ୍ଭାବ୍ୟ ଯୁଦ୍ଧକୁ ଦୃଷ୍ଟିରେ ରଖି ୟୁକ୍ରେନରେ ଥିବା ଆମେରିକୀୟ ନାଗରିକ ତୁରନ୍ତ ଦେଶ ଛାଡ଼ିବାକୁ ମାର୍କିନ ରାଷ୍ଟ୍ରପତି ଜୋ ବାଇଡେନ ନିବେଦନ କରିଛନ୍ତି। ଏପଟେ ଆମେରିକା ମିତ୍ର ଦେଶ ବ୍ରିଟେନ ୟୁକ୍ରେନରେ କ୍ଷେପଣାସ୍ତ୍ର ନିୟୋଜିତ କରିବା ଆରମ୍ଭ କଲାଣି। ପରିସ୍ଥିତି ଏପରି ହୋଇଛି, ରୁଷ୍‌ ଯେ କୌଣସି ମୁହୂର୍ତ୍ତରେ ଆମେରିକୀୟ ମିତ୍ର ସେନା ଉପରେ ଆକ୍ରମଣ କରିପାରେ। ତେବେ ଯୁଦ୍ଧ ଆରମ୍ଭ କରିବା ଅପବାଦ ରୁଷ୍‌ ମୁଣ୍ଡେଇବ ନାହିଁ। ଆମେରିକା ଓ ଏହାର ମିତ୍ର ସେନା ତୁରନ୍ତ ୟୁକ୍ରେନରୁ ନ ହଟିଲେ ଆମେ ଅନ୍ୟ ପନ୍ଥା ଗ୍ରହଣ କରିବୁ ବୋଲି ରୁଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗେଲ ଭିକ୍ଟୋରୋଭିକ୍‌ କହିଛନ୍ତି।

ଶୁକ୍ରବାର ପୂର୍ବାହ୍ନରେ ୱାଶିଂଟନଠାରେ ଏକ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେବା ଅବସରରେ ଆମେରିକା ରାଷ୍ଟ୍ରପତି କହିଛନ୍ତି, ୟୁକ୍ରେନ୍‌କୁ ନେଇ ଆମେରିକା ଓ ରୁଷ୍‌ ମଧ୍ୟରେ ସମ୍ପର୍କ ଅତି ତିକ୍ତ ହୋଇଛି। ଶୀତଳ ଯୁଦ୍ଧ ପରେ ଉଭୟ ଦେଶ ମଧ୍ୟରେ ଏପରି ବିବାଦ ସୃଷ୍ଟି ହୋଇ ନଥିଲା। ରୁଷ୍‌ ନିଜ ଜିଦ୍‌ରୁ ନ ଓହରିଲେ ମୁହାଁମୁହିଁ ଯୁଦ୍ଧ ନିଶ୍ଚିତ ହୋଇପାରେ। ପରେ ଏହି ଯୁଦ୍ଧ ୩ୟ ବିଶ୍ବଯୁଦ୍ଧର ରୂପ ନେଇପାରେ ବୋଲି ବାଇଡେନ କହିଛନ୍ତି। ରୁଷ୍‌ ଯେ କୌଣସି ସମୟରେ ୟୁକ୍ରେନ ସୈନ୍ୟଙ୍କ ଉପରେ ଆକ୍ରମଣ କରିପାରେ ବୋଲି ଗୁଇନ୍ଦା ତଥ୍ୟରୁ ଜଣାପଡ଼ିଛି। ଆମେରିକା ଓ ଏହାର ମିତ୍ର ସେନା ରୁଷ୍‌ ସେନାର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିବା ବାଇଡେନ କହିଛନ୍ତି। ପ୍ରତିମୁହୂର୍ତ୍ତରେ ୟୁକ୍ରେନ ସଙ୍କଟ ଜଟିଳ ଦିଗକୁ ଗତି କରୁଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ନିଜ ନାଗରିକଙ୍କୁ ତୁରନ୍ତ ୟୁକ୍ରେନ୍‌ ଛାଡ଼ିବା ପାଇଁ ପରାମର୍ଶ ଦେଇଛି ବୋଲି ସେ କହିଛନ୍ତି। ରୁଷ୍‌ ଯେ କୌଣସି ସମୟରେ ୟୁକ୍ରେନ୍‌ ଉପରେ ଆକ୍ରମଣ କରିପାରେ। ଏପରି ହେଲେ ଏତେଶୀଘ୍ର ଆମେ ଆମ ଦେଶର ନାଗରିକଙ୍କ ଜୀବନ ରକ୍ଷା କରିପାରିବୁ ନାହୁଁ। ଏସବୁକୁ ଦୃଷ୍ଟି ରଖି ଆଗୁଆ ପଦକ୍ଷେପ ସ୍ବରୂପ ୟୂକ୍ରେନରେ ଥିବା ଦେଶର ନାଗରିକଙ୍କୁ ନିରାପଦ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଇଥିବା ଆମେରିକାର ବୈଦେଶିକ ବିଭାଗ ପ୍ରବକ୍ତା କହିଛନ୍ତି।

- Advertisement -

ଆମେରିକୀୟ ସୈନ୍ୟ ୟୁକ୍ରେନ୍‌ରେ ପହଞ୍ଚିବା ଅର୍ଥ ୩ୟ ବିଶ୍ବଯୁଦ୍ଧ ଆରମ୍ଭ । ରୁଷ୍ ଭଳି ଶକ୍ତିଶାଳୀ ସେନାର ମୁକାବିଲା କରିବା ପାଇଁ ଆମରିକା ଓ ଏହାର ମିତ୍ର ସେନା ପ୍ରସ୍ତୁତ ଥିବା ସେ କହିଛନ୍ତି। ସମ୍ଭାବ୍ୟ ଯୁଦ୍ଧକୁ ଦୃଷ୍ଟିରେ ରଖି ଆଜି ମିତ୍ରରାଷ୍ଟ୍ର ବେଲାରୁଷ୍‌ ସହ ସମରାଭ୍ୟାସ କରିଛି ରୁଷ୍‌। ଏହାକୁ ବିଶ୍ବର ସବୁଠାରୁ ବଡ଼ ଯୁଦ୍ଧାଭ୍ୟାସ କୁହାଯାଉଛି। ଏଥିରେ ରୁଷ୍‌ର ଶକ୍ତିଶାଳୀ ଟ୍ୟାଙ୍କ, ଯୁଦ୍ଧ ବିମାନ ଓ ସର୍ବାଧୁନିକ କ୍ଷେପଣାସ୍ତ୍ର ବିଧ୍ବଂସୀ ପ୍ରଣାଳୀ ଏସ-୪୦୦ ଅଂଶ ଗ୍ରହଣ କରିଛି। ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଏହି ଯୁଦ୍ଧାଭ୍ୟାସ ଜାରି ରହିବ ବୋଲି ରୁଷ୍‌ ସେନା ପ୍ରକାଶ କରିଛି। ଏପଟେ ଗତିକାଲି ଆମେରିକୀୟ ଯୁଦ୍ଧ ବିମାନ ବିପୁଳ ମାରଣାସ୍ତ୍ର ଧରି ୟୁକ୍ରେନ୍‌ ରାଜଧାନୀରେ ପହଞ୍ଚିଛି। ଏହା ପୂର୍ବରୁ ଆମେରିକା ପ୍ରଥମ ଥର ପାଇଁ ୨ଶହ ନିୟୁତ ଡଲାର ମୂଲ୍ୟର ମାରଣାସ୍ତ୍ର ୟୁକ୍ରେନ ପଠାଇଥିଲା। ଆମେରିକାର ୮୫୦୦ ସୈନ୍ୟ ଏବେ ୟୁକ୍ରେନ୍‌ ସୀମାରେ ‘ହାଇ ଆଲର୍ଟ’ ସ୍ଥିତିରେ ଅଛନ୍ତି। ୟୁକ୍ରେନ୍‌ର ରାଜଧାନୀ କିବ୍‌ ଏବେ ଆମେରିକୀୟ ମିତ୍ର ସେନାର ବାରୁଦ ଗଦାରେ ପରିଣତ ହୋଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories