www.samajalive.in
Saturday, December 6, 2025
23.1 C
Bhubaneswar

ରୁଷ – ୟୁକ୍ରେନ ଯୁଦ୍ଧ ; ୧୦ ଲକ୍ଷ ୟୁକ୍ରେନୀୟ ଛାଡିଲେ ଦେଶ

ନୂଆଦିଲ୍ଲୀ : ରୁଷ – ୟୁକ୍ରେନ ଯୁଦ୍ଧର ଆଜି ଅଷ୍ଟମ ଦିନ। ରୁଷ ପକ୍ଷରୁ ଆକ୍ରମଣ ଜାରି ରହିଛି। ୟୁକ୍ରେନର କିଭ୍‍ ଉପରେ ରୁଷର ଦ୍ରୁତ ଆକ୍ରମଣ କରାଯାଇଥିବା ବେଳେ ମୁଖ୍ୟ ରେଳ ଷ୍ଟେସନରେ ରୁଷ ସେନା ପକ୍ଷରୁ ରକେଟ ମାଡ କରାଯାଇଛି। ରୁଷ ଟାର୍ଗେଟରେ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାଳୟର ବିଲଡିଂ ରହିଛି। ମେଟ୍ରୋ ଷ୍ଟେସନ ନିକଟରେ ଘନ ଘନ ବୋମାମାଡ କରାଯାଉଛି। ୟୁକ୍ରେନର ଅନ୍ୟତମ ବଡ ସହର ଉପରେ ଖେରସେନ ଉପରେ ରୁଷ କବଜା କରିଛି।
ରୁଷର ଦ୍ରୁତ ଆକ୍ରମଣ ମଧ୍ୟରେ ୟୁକ୍ରେନର ୧୫ଟି ସହର ଉପରେ ଏୟାର ଷ୍ଟ୍ରାଇକ୍‍ ନେଇ ଆଲର୍ଟ ଜାରି କରାଯାଇଛି। ଏଯାଏଁ ଭୟରେ ୧୦ ଲକ୍ଷ ୟୁକ୍ରେନୀୟ ଦେଶ ଛାଡି ସାରିଛନ୍ତି। ଦେଶ ଛାଡି ପଡୋଶୀ ଦେଶଗୁଡିକୁ ପଳାୟନ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଆଗକୁ ଶରଣାର୍ଥୀ ସମସ୍ୟା ଉତ୍କଟ ହୋଇପାରେ। ପ୍ରାୟ ୪୦ ଲକ୍ଷ ନାଗରିକ ଦେଶ ଛାଡି ପାରନ୍ତି ବୋଲି ରିପୋର୍ଟରେ ଆଶଙ୍କା କରାଯାଇଛି।
କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ ସିନ୍ଧିଆଙ୍କ କହିଛନ୍ତି, ଅପରେସନ ଗଙ୍ଗା ମାଧ୍ୟମରେ ୩୭୨୬ ଭାରତୀୟଙ୍କୁ ରୋମାନିୟାର ରାଜଧାନୀ ବୁଖାରେଷ୍ଟରୁ ଭାରତ ଅଣାଯାଇଛି।
ଭାରତୀୟ ବାୟୁ ସେନାର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଭାରତୀୟ ନାଗରିକଙ୍କୁ ଉଦ୍ଧାର ପାଇଁ ୟୁକ୍ରେନର ପଡୋଶୀ ଦେଶରେ ବିଭିନ୍ନ ସ୍ଥାନ ପାଇଁ ବାୟୁସେନାର ୩ଟି ବିମାନ ଚଳାଚଳ ଜାରି ରହିଛି।
ସେହିପରି ରୁଷ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୭୫୨ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇଛି। ଏନେଇ ଜାତିସଂଘ ପକ୍ଷରୁ ସୂଚନା ମିଳିଛି।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories