www.samajalive.in
Sunday, December 7, 2025
14.1 C
Bhubaneswar

ସାମ୍ବାଦିକରୁ ସରପଞ୍ଚ ହେଲେ ବ୍ରହ୍ମାନନ୍ଦ ଦେହୁରୀ

ଠାକୁରମୁଣ୍ଡା :ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ତରାମରା ପଞ୍ଚାୟତର ନଵନିର୍ବାଚିତ ସରପଞ୍ଚ ବ୍ରହ୍ମାନନ୍ଦ ଦେହୁରୀ। ଦୀର୍ଘ ଦିନ ଧରି ସାମ୍ବାଦିକତାରେ ଜନସାଧାରଣଙ୍କ ସେବା ଯୋଗାଇବା ସହ ଅଞ୍ଚଳର ସମସ୍ୟାକୁ ଗୁରୁତର ଦେଇ ଆସୁଥିବା ସାମ୍ବାଦିକକୁ ଜନ ସମର୍ଥନ ମିଳିଛି। ତରାମରା ପଞ୍ଚାୟତରେ ବ୍ରହ୍ମାନନ୍ଦଙ୍କୁ ମିଶାଇ ୯ ଜଣ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ତରାମରା ପଞ୍ଚାୟତର ୧୪ଟି ଓ୍ବାଡ ରୁ ମୋଟ ୧୧୯୧ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ରସାନନ୍ଦ ମୁଣ୍ଡାଙ୍କୁ ୮୧୫ ଖଣ୍ଡ ଭୋଟ ମିଳିଥିଲା। ମାତ୍ର ବ୍ରହ୍ମାନନ୍ଦଙ୍କୁ ଜନତା (ଭୋଟର) ୫ବର୍ଷ ପାଇଁ ତାଙ୍କୁ ପଞ୍ଚାୟତର ସରପଞ୍ଚ ଭାବେ ବାଛିଛନ୍ତି। ତେବେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବାରୁ ପଞ୍ଚାୟତ ବାସୀଙ୍କୁ କୃତଜ୍ଞତା ଜଣାଇବା ସହ ପଞ୍ଚାୟତବାସୀଙ୍କ ଉନ୍ନତି ପାଇଁ ସମ୍ପୂର୍ଣ୍ଣ ସମୟ ଦେଇ ସେବା କରିବି ବୋଲି ପ୍ରକାଶ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories