www.samajalive.in
Sunday, December 7, 2025
23.1 C
Bhubaneswar

ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା ; ଗୁରୁତର ରୋଗୀଙ୍କୁ ବୋହିଲେ ୩ କିଲୋମିଟର

ଠାକୁରମୁଣ୍ଡା : ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଜଣେ ଗୁରୁତର ରୋଗୀଙ୍କୁ ୩ କିଲୋମିଟର ବୋହି ମାନବିକତା ଦେଖାଯାଇଛନ୍ତି। ଏପରି ଘଟଣା ମୟୁରଭଞ୍ଜ ଜିଲାର ଯଶିପୁର ବ୍ଳକ ଅନ୍ତର୍ଗତ ଗୁରୁଗୁଡ଼ିଆ ଗ୍ରାମପଞ୍ଚାୟତ କୁଆଁରିବିଲ ଅଞ୍ଚଳ ଗାଁରୁ  ସାମ୍ନାକୁ ଆସିଛି । ଉକ୍ତ ଗ୍ରାମର ଟୁରି ତିରିଆ ନାମକ ଜୈନେକ ବୃଦ୍ଧା ଆଜି ଗୁରୁତର ଅସୁସ୍ଥ ହୋଇଥିଲେ ।
ତେବେ ଉକ୍ତ ଗାଁକୁ ଯାତାୟାତ ପାଇଁ କୌଣସି ସୁବିଧା ନଥିବା ବେଳେ ପରିବାର ଲୋକେ ନିକଟରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ୧୦୮ ଆମ୍ବୁଲାନ୍ସକୁ ଡାକି ଥିଲେ, ତେବେ ସେଠାରେ ଫୋନ କରିବା ପାଇଁ ସେପରି ସୁବିଧା ନ ଥିବାରୁ ଏକ ଫୋନ ପଏଣ୍ଟକୁ ସ୍ୱାସ୍ଥ୍ୟକର୍ମୀ ଯାଇ ୧୦୮ ଡକାଇ ଥିଲେ ।ହେଲେ ଗାଁ କୁ ଯିବା ପାଇଁ କୌଣସି ଭଲ ରାସ୍ତା ନ ଥିବାରୁ ୧୦୮ ଆମ୍ବୁଲାନ୍ସଟି ତିନି କିଲୋମିଟର ଦୂରରେ ରହିଥିଲା ।୧୦୮ ରହିଥିବା ସ୍ଥାନରୁ କୌଣସି ଫୋନ କୋଲର ସୁବିଧା ନ ଥିବାରୁ ଅସୁସ୍ଥ ଥିବା ପରିବାର କିମ୍ବା ସ୍ୱାସ୍ଥ୍ୟ କର୍ମୀ କାହା ସହିତ ଯୋଗାଯୋଗ ହୋଇ ପାରି ନ ଥିଲା ଫଳରେ ବାଧ୍ୟହଇ ୧୦୮କର୍ମଚାରୀ ମାନେ ଷ୍ଟ୍ରେଚର ଧରି ବାହାରି ଯାଇଥିଲେ ଉକ୍ତ ଗ୍ରାମକୁ । ସେଠାରୁ ଗୁରୁତର ଅସୁସ୍ଥ ରୋଗୀକୁ ଗ୍ରାମବାସୀଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସର ସମସ୍ତ କର୍ମଚାରୀ ମିଶି କାନ୍ଧରେ ତିନି କିଲୋମିଟର ବୋହି ଆଣି ମାନବିକତା ଦେଖାଇଛନ୍ତି ।
୧୦୮କର୍ମଚାରୀ , ସେଠାରୁ ଅସୁସ୍ଥ ବୃଦ୍ଧାକୁ ଆଣିବା ପରେ ଯଶିପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ସନ୍ଧ୍ୟା ୬ଟା ରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏଠାରେ ସ୍ଥିରଥିବା ଜଣାପଡିଛି । ଏଠାକାର ଗ୍ରାମବାସୀ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ  ଜିଲ୍ଲା ପ୍ରଶାସନ କୌଣସି ଠୋସ ପଦକ୍ଷେପ ନେଉନି । ଯାହା ଫଳରେ ଗ୍ରାମବାସୀଙ୍କ ଅବସ୍ତା ନାହିଁ ନ ଥିବା ଦେଖିବାକୁ ମିଳିଛି । ସେହିପରି ଏପରି ମାନବିକତା ଦେଖାଇ ଥିବା ୧୦୮କର୍ମଚାରୀ ମାନେ ହେଲେ ଇଏମଟି ବଣ୍ଟୁ ଦୋଳଇ ,୧୦୮ ଚାଳକ ନବୀନ ବେହେରା ,ହେଲପରେ ଫୋକିର ମାର୍ଣ୍ଡି ଏବଂ ଗ୍ରାମବାସୀଙ୍କ ସହାୟତା ରେ ୧୦୮ ପର୍ୟ୍ୟନ୍ତ ବୋହି ନିଜର ମହାନିୟତାର ପରିଚୟ ସୃଷ୍ଟି କରି ପାରିଛନ୍ତି ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories