www.samajalive.in
Saturday, December 6, 2025
26.1 C
Bhubaneswar

ଯୁଦ୍ଧ ଭୂମିରୁ ପୋଷା ଜନ୍ତୁଙ୍କୁ ନେଇ ଫେରୁଛନ୍ତି ସ୍ୱଦେଶ

ନୂଆଦିଲ୍ଲୀ : ଜାରି ରହିଛି ରୁଷ- ୟୁକ୍ରେନ ମଧ୍ୟରେ ଯୁଦ୍ଧ। ୟୁକ୍ରେନରେ ଯୁଦ୍ଧ ସଙ୍କଟ ମଧ୍ୟରେ ଏଠାରେ ସମସ୍ତେ ନିଜ ଜୀବନ ରକ୍ଷା କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଏହାମଧ୍ୟରେ ଏକ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖି ଲୋକେ ଖୁସି ହେବା ସହ ମାନବିକତା ଶବ୍ଦର ଅର୍ଥକୁ ଅନୁଭବ କରିଛନ୍ତି। ହିଣ୍ଡନ ବିମାନଘାଟିରେ ନିଜ ପୋଷା ଜନ୍ତୁଙ୍କ ପାଇଁ ଭଲ ପାଇବାର ଦୃଶ୍ୟ ଦେଖିବାକୁ ମିଳିଛି। ୨ ଭାରତୀୟ ଛାତ୍ର ନିଜ ସହ ନିଜର ପୋଷା ଜନ୍ତୁଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିଛନ୍ତି।
ୟୁକ୍ରେନର ପରିସ୍ଥିତି ଜଟିଳ ହେବାକୁ ଲାଗିଛି। ଭାରତ ସରକାର ସେଠାରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରଖିଛି। ଏଭଳି ପରିସ୍ଥିତିରେ ୟୁକ୍ରେନରୁ ଏକ ବିମାନ ହିଣ୍ଡନ ବିମାନଘାଟିରେ ପହଞ୍ଚିଲା, ବିମାନରେ ଥିବା ଯୁବକଙ୍କ ସହ ଏକ ବିଲେଇ ଦେଖିବାକୁ ମିଳିଥିଲା। ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅନ୍ୟ ଜଣେ ଛାତ୍ର ନିଜ ସହ ସାଙ୍ଗରେ କୁକୁରକୁ ଆଣିଥିଲେ।
ହିଣ୍ଡନ ବିମାନ ଘାଟିରେ ପହଞ୍ଚି ଯାତ୍ରୀ ଜଣଙ୍କ କହିଥିଲେ, ସେ ତାଙ୍କର ପୋଷା ବିଲେଇ। ବିଲେଟି ତାଙ୍କ ସହ ଦୀର୍ଘ ୪ ବର୍ଷ ହେବ ରହୁଛି। ୟୁକ୍ରେନରେ ଜଟିଳ ପରିସ୍ଥିତିରେ ଥିବା ସମୟରେ ମଧ୍ୟ ସେ ବିଲେଇଟିକୁ ନିଜ ସହ ରଖିଥିଲେ। ନିଜ ସହ ବିଲେଇକୁ ସୁରକ୍ଷିତ ଭାବେ ଆଣି ସେ ସ୍ୱଦେଶ ଫେରିଛନ୍ତି।
ଅନ୍ୟ ଜଣେ ଛାତ୍ର ନିଜ ସହ କୁକୁରକୁ ଆଣିଥିବାର ବିମାନଘାଟିରେ ଦେଖାଯାଇଥିଲା। ସେ କହିଥିଲେ,କୁକୁରଟି ତାଙ୍କ ସାଙ୍ଗର। ଯୁଦ୍ଧର ପରିସ୍ଥିତରେ ସେ କୁୁକୁରଟିକୁ ସେଠାରେ ଛାଡି ପାରି ନଥିଲେ। ୟୁକ୍ରେନରେ ଅଧିକାଂଶ ଲୋକଙ୍କ ନିକଟରେ କୁୁକୁର ଥିଲା। ମାତ୍ର ସେମାନେ ଛାଡି ପଳାଉଥିଲେ। ମାତ୍ର ସେ କୁକୁରଟି ସାଙ୍ଗରେ ନେଇ ଆସିଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories