www.samajalive.in
Saturday, December 6, 2025
23.1 C
Bhubaneswar

ୟୁକ୍ରେନ ଶିଶୁର ଚମତ୍କାର ସାହସ ; ୧ ହଜାର କିଲୋମିଟର ଏକାକୀ କଲା ଯାତ୍ରା

ନୂଆଦିଲ୍ଲୀ : ରୁଷ-ୟୁକ୍ରେନରେ ଜାରି ରହିଛି ଯୁଦ୍ଧ। ଯୁଦ୍ଧ ମଧ୍ୟରେ ବିଭିନ୍ନ ଘଟଣା ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ଏକ ୧୧ ବର୍ଷର ୟୁକ୍ରେନ ଶିଶୁର ଚମତ୍କାର ସାହାସ ଏବେ ଚାରି ଆଡେ ବେଶ ଚର୍ଚ୍ଚା ହେଉଛି। ଶିଶୁଟି ପ୍ରାୟ ୧ ହଜାର କିଲୋମିଟର ଏକାକୀ ଯାତ୍ରା କରିଛି। ଯାତ୍ରା ପରେ ସ୍ଲୋଭାକିଆରେ ପହଞ୍ଚିଥିଲେ।
ବାଳକଟିର ନାମ ପ୍ରକାଶ କରାଯାଇ ନାହିଁ କିନ୍ତୁ ସେ ଦକ୍ଷିଣ-ପୂର୍ବ ୟୁକ୍ରେନର ଜାପୋରିଜିଆର ବାସିନ୍ଦା। ଗତ ସପ୍ତାହରେ ରୁଷ ସେନା ଏହି ଅଞ୍ଚଳକୁ ଅଧିକୃତ କରିଥିଲେ। ଖବର ଅନୁଯାୟୀ, ଅସୁସ୍ଥ ସମ୍ପର୍କୀୟଙ୍କ ଯତ୍ନ ନେବା ପାଇଁ ତାଙ୍କ ପିତାମାତାଙ୍କୁ ୟୁକ୍ରେନରେ ରହିବାକୁ ପଡିଥିଲା।
ସୂଚନାନୁଯାୟୀ, ପରିବାର ଜଣେ ବୟସ୍କଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ଉକ୍ତ ଶିଶୁର ମାତାପିତାଙ୍କୁ ୟୁକ୍ରେନରେ ହିଁ ରହିବାକୁ ପଡିଥିଲା। ମାତ୍ର ଯୁଦ୍ଧରୁ ନିଜ ପୁଅକୁ ସୁରକ୍ଷିତ ରଖିବାକୁ ଆପଣାଇଥିଲେ ଏହି ଅଭିନବ ଉପାୟ। ସେ ପୁଅକୁ ଏକ ଟ୍ରେନରେ ବସାଇ ସ୍ଲୋଭାକିଆରେ ଥିବା ବନ୍ଧୁଙ୍କ ନିକଟରେ ପଠାଇଥିଲେ। ବନ୍ଧୁ ଜଣକ ଯେପରି ତାଙ୍କ ପୁଅକୁ ଚିହ୍ନିପାରିବେ, ଶିଶୁ ହାତରେ କିଛି ପୋଷାକ,ପାଣି ବୋତଲ ଓ ଏକ ଚିଠି ,ପାସପୋର୍ଟ ଦେଇଥିଲେ। ଶିଶୁଟି ସୀମାରେ ପହଞ୍ଚିବା ପରେ ସେଠାକାର ସେନା ତାଙ୍କୁ ସହଯୋଗ କରିଥିଲେ। ପୁଅର ନିକଟରେ ଥିବା ଫୋନ ନମ୍ବରରେ ଫୋନ କରିଥିଲେ। ସମ୍ପର୍କୀୟ ପହଞ୍ଚି ଶିଶୁକୁ ନିଜ ସହ ନେଇଥିଲେ। ସୀମାରେ ସୁରକ୍ଷିତ ପହଞ୍ଚିଥିବାରୁ ସ୍ଲୋଭାକିଆ ସରକାର ଓ ସେନାଙ୍କୁ ଶିଶୁର ମାଆ କୃତଜ୍ଞତା ଜଣାଇଛନ୍ତି। ଯୁଦ୍ଧ ଭିତରେ ଏହି କୁନି ପୁଅର ଅଦମ୍ୟ ସାହସ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶିଶୁଟି ପ୍ରାୟ ୧ ହଜାର କିଲୋମିଟର  ଏକାକୀ ଯାତ୍ରା କରି ପହଞ୍ଚିଛି। ଯାତ୍ରା ପରେ ମଧ୍ୟ ଶିଶୁଟିର ମୁହଁରେ ହାଲିଆ, ଡର ଟିକେ ମଧ୍ୟ ଦେଖିବାକୁ ମିଳି ନଥିଲା।
ଏହି କଷ୍ଟଦାୟକ ଯାତ୍ରା ସମାପ୍ତ କରିବା ପରେ, ପିଲାଟିର ହସ, ନିର୍ଭୟ ଏବଂ ନିଷ୍ଠା ପାଇଁ ଅନେକ ପ୍ରଶଂସାର ସୁଅ ଛୁଟୁଛି। ପିଲାଟିକୁ କୁହାଯାଉଛି ଅସଲି ହିରୋ।
ସ୍ଲୋଭାକିଆର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ସୋସିଆଲ ମିଡିଆରେ ଏକ ମନ୍ତବ୍ୟ ପୋଷ୍ଟ କରି ବାଳକଟିର ନିର୍ଭୟ ଏବଂ ନିଷ୍ଠାକୁ ପ୍ରଶଂସା କରିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories