www.samajalive.in
Saturday, December 6, 2025
23.1 C
Bhubaneswar

ଆଜି ରୁଷ ରାଷ୍ଟ୍ରପତି ଓ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଆଜି ଯୁଦ୍ଧର ୧୨ ଦିନ। ୧୨ ଦିନ ମଧ୍ୟରେ ରୁଷ ୟୁକ୍ରେନର ଅନେକ ସହରରେ ଦ୍ରୁତ ଆକ୍ରମଣ କରିଛି। ଖାରକିଭ୍‍ ର ଅନେକ ଜନବସତି ଅଞ୍ଚଳରେ ମଧ୍ୟ ଆକ୍ରମଣ କରିଛି।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‍ ଙ୍କ ସହ ଆଲୋଚନା କରିବେ। ସୂଚନାନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ମଧ୍ୟ ଅଲୋଚନା କରିବେ।
ଏହାସହ ୟୁକ୍ରେନର ୪ ସହର ପାଇଁ ସାମୟିକ ଯୁଦ୍ଧ ବିରତି ଘୋଷଣା କରିଛି  ରୁଷ । କୀଭ୍‍ , ସୁମି, ମାରିଓପଲ, ଖାରକିଭ୍‍ ରେ ଯୁଦ୍ଧ ବିରତି ଘୋଷଣା କରିଛି। ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ  ଭାରତୀୟ ସମୟାନୁସାରେ ଦିନ ୧୨ଟା ୩୦ରୁ ଯୁଦ୍ଧ ବିରତି ଘୋଷଣା କରିଛି।
ଆଜି ଉଭୟ ଦେଶର ପ୍ରତିନିଧୀ ଦଳ ତୃତୀୟ ଥର ପାଇଁ ଆଲୋଚନା କରିବେ। ପୂର୍ବ ଆଲୋଚନାରେ ଏକ ନିରାପଦ କରିଡର ଉପରେ ସହମତି ପ୍ରକାଶ ପାଇଥିଲା। ଆଜି ହେବାକୁ ଥିବା ଆଲୋଚନାରେ ଯୁଦ୍ଧ ବିରତି ନେଇ ଚର୍ଚ୍ଚା ହୋଇପାରେ।
ଏହାମଧ୍ୟରେ ରୁଷ ପକ୍ଷରୁ ୟୁକ୍ରେନରେ ହୋଇଥିବା ଆକ୍ରମଣରେ,ଗୁଳିକାଣ୍ଡରେ ଏଯାଏଁ ୩୮ ଶିଶୁଙ୍କ ମୃତ୍ୟୁ ହୋଇଛି। ଏନେଇ ୟୁକ୍ରେନର ସଂସଦର ମାନବାଧିକାର କମିଶନର ସୂଚନା ଦେଇଛନ୍ତି। ଏହାସହ ୭୧ ଶିଶୁ ଗଭୀର ଆହତ ହୋଇଛନ୍ତି।

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories