www.samajalive.in
Tuesday, December 9, 2025
15.1 C
Bhubaneswar

ରେକର୍ଡସ୍ତରରେ ପହଞ୍ଚିଲା ଅଶୋଧିତ ତୈଳଦର

ନୂଆଦିଲ୍ଲୀ: ରେକର୍ଡସ୍ତରରେ ପହଞ୍ଚିଲା ଅଶୋଧିତ ତୈଳଦର। ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୧୩୦ ଡଲାରରେ ପହଞ୍ଚିଛି। ୧୪ ବର୍ଷ ମଧ୍ୟରେ ତୈଳଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ସୂଚନା ମିଳିଛି। ରୁଷ-ୟୁକ୍ରେନ୍‌ ଯୁଦ୍ଧ ଭିତରେ ପୁଣି ଅଶୋଧିତ ତୈଳ ଦର ବୃଦ୍ଧି ପାଇଥିବାରୁ ପେଟ୍ରୋଲ ଡିଜେଲ ଦର ଆହୁରି ମହଙ୍ଗା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଅପରପକ୍ଷରେ ଏବେ ଦେଶରେ ପେଟ୍ରୋଲ ଡିଜେଲ ଦର ସ୍ଥିର ରହିଛି। ତେବେ ଏହା ସ୍ଥିତି କମ୍‌ ଦିନ ପର୍ଯ୍ୟନ୍ତ ବଜାୟ ରହିପାରେ ବୋଲି ଆଶା କରାଯାଉଛି। ତେବେ ରେକର୍ଡସ୍ତରରେ ଅଶୋଧିତ ତୈଳଦର ବୃଦ୍ଧି ପାଉଥିବାରୁ ଆସନ୍ତା ସପ୍ତାହରେ ତୈଳ ଦରରେ ବଡ ଧରଣର ବୃଦ୍ଧି ହୋଇପାରେ ବୋଲି ଆକଳନ କରାଯାଉଛି। ମାର୍ଚ୍ଚ ୧୦ ପରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇପାରେ ବୋଲି କୁହାଯାଉଛି।

 

- Advertisement -

ଆଜି କ୍ରୁଡ୍‌ ଅଏଲ୍‌ ବ୍ୟାରେଲ ପିଛା ୧୩୦ ଡଲାର ଅତିକ୍ରମ କରିଛି। ଦୁଇ ଦିନ ଭିତରେ ଅଶୋଧିତ ତୈଳ ଦର ୧୦ ପ୍ରତିଶତ ବୃଦ୍ଧି ପାଇ ୧୩୦ ଡଲାର ଅତିକ୍ରମ କରିଛି। ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ ୟୁରୋପୀୟ ରାଷ୍ଟ୍ର ଓ ଆମେରିକା ରୁଷରୁ ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଅଭାବ ଦେଖାଦେଇଛି। ତେଣୁ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ବ୍ୟାରେଲ ପିଛା ୧୩୦.୩ ଡଲାରରେ ପହଞ୍ଚିଥିବା ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories