www.samajalive.in
Monday, December 8, 2025
13.1 C
Bhubaneswar

ଭିଜିଲାନ୍ସ ଜାଲରେ ବିଶ୍ୱନାଥପୁର ମା’ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ

ଲାଞ୍ଜିଗଡ଼: ଆୟ ବର୍ହିଭୂତ ସମ୍ପତି ଠୁଳ ଓ ମହାବିଦ୍ୟାଳୟରେ କୋଟିକୋଟି ଟଙ୍କାର ହେରଫେର କରିଥିବା ଅଭିଯୋଗରେ ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁରସ୍ଥିତ ମା’ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରମେଶ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଭିଜିଲାନ୍ସ ଇନ୍ସପେକ୍ଟର ପ୍ରମିଳା ସୁନାଙ୍କ ନେତୃତ୍ୱରେ ତାଙ୍କ ବିଶ୍ୱନାଥପୁରସ୍ଥିତ ବାସଭବନରେ ଚଢାଉ କରାଯାଇଥିବାବେଳେ ତାଙ୍କ ଭୁବନେଶ୍ୱର ଆର୍ଯ୍ୟ ଭିଲେଜସ୍ଥିତ ବାସଭବନ ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା କ୍ରସର ଉପରେ ମଧ୍ୟ ଭିଜିଲାନ୍ସର ଟିମ୍ ଚଢାଉ କରିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ବିଶ୍ୱନାଥପୁରସ୍ଥିତ ମା’ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ସେ ଦାୟିତ୍ୱରେ ଥିବାବେଳେ ମହାବିଦ୍ୟାଳୟର କୋଟିକୋଟି ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି। ସେହିପରି ଚାକିରି କରାଇଦେବା ନାମରେ ଲୋକଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକେଇ କରିଥିବା ତାଙ୍କ ମଧ୍ୟ ଅଭିଯୋଗ ହୋଇଥିଲା। ଏପରିକି ଅଭିଯୋଗ ପରେ ସେ ଫେରାର ହୋଇଥିବାବେଳେ ପରେ ପୁଲିସ ହାତରେ ଧରାପଡି ଜେଲ ଯାଇଥିଲେ। ସେହିଦିନଠାରୁ ତାଙ୍କର ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା ବେନାମୀ ସଂପତି ଭିଜିଲାନ୍ସ ସ୍କାନର ରହିଥିଲା। ଫଳରେ ଆଜି ସକାଳ ୬ଟାରୁ ତାଙ୍କ ଘରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଚଢଉ କରିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଚଢାଉ ଜାରି ରହିଛି। ବିଶ୍ୱନାଥପୁର କଲେଜର ଅଫିସ ସମେତ ଡୁମଡୁମା ହାଉସିଂ ବୋର୍ଡ କଲୋନୀରେ ଥିବା ବାସଭବନ, ବିଶ୍ୱନାଥପୁରରେ ଥିବା ପୈତୃକ ଘର, ଖୋର୍ଦ୍ଧା, କଳାହାଣ୍ଡିରେ ଥିବା ୟୁନିଟ କ୍ରସର ଉପରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ। ୬ଜଣ ଡିଏସପିଙ୍କ ସମେତ ୪ଜଣ ଇନସିପେକ୍ଟର ଓ ଭିଜିଲାନ୍ସର ଅନ୍ୟ ଅଫସିର ଏହି ଚଢ଼ାଉରେ ସାମିଲ ଅଛନ୍ତି। ଚଢାଉ ଶେଷ ହେବା ପରେ ସମ୍ପତି ଆକଳନ ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories