www.samajalive.in
Sunday, December 7, 2025
14.1 C
Bhubaneswar

ଖୋର୍ଦ୍ଧାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ

ବେଗୁନିଆ  : ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସହିତ ବିଭିନ୍ନ ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ସାମାଜିକ କର୍ମୀ ବିଭୁତିଭୂଷଣ ଦାଶ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲାପାଳ ଏବଂ ସି ଡି ଏମ୍ ଓ ଖୋର୍ଧାଙ୍କୁ ଚିଠି ହୋଇଥିଲେ ମଧ୍ୟ ଏହି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଯୋଗୁଁ ଶ୍ରୀ ଦାଶ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗି ମାନବଧିକାର କମିଶନଙ୍କ ନିକଟରେ୧୦୦୧/୧୯ରେ ମାମଲା ରୁଜୁ କରିଥିଲେ । କେଶ ଉପରେ ଶୁଣାଣି କରି ମାନବାଧିକାର କମିଶନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଥିଲେ ।କିନ୍ତୁ ଜିଲ୍ଲା ପ୍ରଶାସନ ସେଥିପ୍ରତି କର୍ଣ୍ଣପାତ ନକରିବାରୁ ଶେଷରେ ଶ୍ରୀ ଦାଶ ମୁଖ୍ୟ ଡାକ୍ତରଖାନା ସହିତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ଦୁଇ ଓଳି ଖୋଲିବା ପାଇଁ ସରକାରୀ ନିୟମ ଥିବାବେଳେ ପ୍ରାୟ ସ୍ଥାନରେ ଉପରଓଳି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ଖୋଲୁନାହିଁ । ଡାକ୍ତରମାନେ ମନଇଛା ଆସୁଛନ୍ତି ଏବଂ ଯାଉଛନ୍ତି ବୋଲି ଅଭିଯୋଗ ହୋଇଛି। । ଫଳରେ ଲୋକମାନେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବା କ୍ଷେତ୍ରରେ ବହୁ ହଇରାଣ ହରକତ ହେଉଛନ୍ତି । ଶନିବାର ଅପରାହ୍ନ ରୁ ସୋମବାର ପୂର୍ବାହ୍ନ ପର୍ଯ୍ୟନ୍ତ ବିଶୋଧନ ଆଳରେ ଓ ଟି ବନ୍ଦ ରହୁଛି । ଫଳରେ ଦୁର୍ଘଟଣାଗ୍ରସ୍ତ ଏବଂ ଗୁରୁତର ରୋଗୀ ମାନେ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି ।ଏପରିକି ପରିମଳ ବ୍ୟବସ୍ଥା ସମ୍ପୂର୍ଣ ଭୁଶୁଡି ପଡିଛି ।ଏହିସବୁ ସମସ୍ୟାକୁ ନେଇ ଶ୍ରୀ ଦାଶ ଲୋକାୟୁକ୍ତଙ୍କ କୋର୍ଟରେ ଅଭିଯୋଗ କରିବା ପରେ ଘଟଣାର ଗୁରୁତ୍ବକୁ ଉପଲବ୍ଧି କରି ଲୋକାୟୁକ୍ତ କୋର୍ଟ କେଶ ନଂ୭୦୮/୨୧ ଅନୁସାରେ ଫେବୃଆରୀ୧୭ ତାରିଖରେ ଶ୍ରୀ ଦାଶ କୋର୍ଟ ନିର୍ଦେଶ ଅନୁସାରେ ଉପସ୍ଥିତ ରହି ନିଜର ବୟାନ ରଖିଥିଲେ ।ପରେ ଅଭିଯୋଗର ଗୁରୁତ୍ବକୁ ଉପଲବ୍ଧି କରି ଲୋକାୟୁକ୍ତ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଏବଂ ଖୋର୍ଦ୍ଧା ସି ଡି ଏମ୍ ଓ ଙ୍କୁ ୬ ସପ୍ତାହରେ ଚଳିତ ମାସ ୨୮ ତାରିଖ ରେ ଉତ୍ତର ରଖିବା ପାଇଁ ଅଭିଯୋଗକାରୀଙ୍କ ଅଭିଯୋଗ କପି ସହିତ ନୋଟିସ ପଠାଇଛନ୍ତି ।ଏଥି ସହିତ ଅଭିଯୋଗକାରୀଙ୍କ ନିକଟକୁ ସମ୍ପୃକ୍ତ ଦିନ ଶୁଣାଣି ପାଇଁ ଉପସ୍ଥିତ ରହିବାକୁ ନୋଟିସ ପଠାଇଛନ୍ତି ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories