www.samajalive.in
Saturday, December 6, 2025
26.1 C
Bhubaneswar

ବ୍ରହ୍ମପୁର ମହାନଗର ନିଗମ ପାଇଁ କଂଗ୍ରେସ ମେୟର ପ୍ରାର୍ଥୀ ହେଲେ ମଞ୍ଜୁ ରଥ

ଭୁବନେଶ୍ବର: ବ୍ରହ୍ମପୁର ମହାନଗର ନିଗମ ମେୟର ପଦ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ବ୍ରହ୍ମପୁର ପାଇଁ କଂଗ୍ରେସ ମଞ୍ଜୁ ରଥଙ୍କୁ ମେୟର ପ୍ରାର୍ଥୀ କରିଛି। ସାମାଜସେବୀ ତଥା ଉଚ୍ଚଶିକ୍ଷିତା ମଞ୍ଜୁ ରଥ ଆଜି ଶେଷ ଦିନରେ ମେୟର ପାଇଁ ନାମାଙ୍କନପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି।

ବ୍ରହ୍ମପୁର ମହାନଗର ନିଗମ ପାଇଁ ପୂର୍ବରୁ ବିଜେଡି ଓ ବିଜେପି ସେମାନଙ୍କ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛି। ବିଜେଡି ପକ୍ଷରୁ ମେୟର ପ୍ରାର୍ଥୀ ଭାବେ ସଂଘମିତ୍ରା ଦଳାଇଙ୍କ ନାମ ଘୋଷଣା କରାଯାଇଛି। ସେହିପରି ବିଜେପି ମେୟର୍‌ ପଦ ପାଇଁ ସବିତା ସୁଆରଙ୍କୁ ନିଜର ପ୍ରାର୍ଥୀ କରିଛି। ବିଜ୍ଞାପିତ ଅଞ୍ଚଳ ପରିଷଦ,  ପୌର ପରିଷଦ ଓ ମହାନଗର ନିଗମ ପାଇଁ ଆଗାମୀ ୨୪ ତାରିଖରେ ମତଦାନ ଅନୁଷ୍ଠିତ ହେବ। ଏଥର ଅଧକ୍ଷ ଆସନ ପାଇଁ ସିଧାସଳଖ ନିର୍ବାଚନ ଅନୁଷ୍ଠିତ ହେବ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories