www.samajalive.in
Wednesday, December 10, 2025
16.1 C
Bhubaneswar

ମାର୍ଚ୍ଚରେ ପହଞ୍ଚିବ ଚିନୂକ, ଆପାଚେ ହେଲିକପ୍ଟର

ନୂଆଦିଲ୍ଲୀ : ପଡୋଶୀ ପ୍ରତିଦ୍ବନ୍ଦ୍ବୀ ରାଷ୍ଟ୍ର ଚୀନ ଓ ପାକିସ୍ତାନ ମିଳିତ ଭାବେ ନିଜର ଦ୍ବିପାକ୍ଷିକ ସାମରିକ ଶକ୍ତି ବୃଦ୍ଧି କରିଚାଲିଥିବା ବେଳେ ଭାରତ ମଧ୍ୟ ଏହାର ପ୍ରତିରକ୍ଷା ସାମର୍ଥ୍ୟ ବୃଦ୍ଧି କରିବା ଉପରେ ଗୁରୁତ୍ବାରୋପ କରିଛି। ଏଥିକ୍ରମେ ଆମେରିକା ଦ୍ବାରା ନିର୍ମିତ ଚିନୂକ ଓ ଆପାଚେ ହେଲିକପ୍ଟର ମାର୍ଚ୍ଚ ସୁଦ୍ଧା ଭାରତରେ ପହଞ୍ଚିବ। ଭାରତୀୟ ସେନାରେ ଏହି ଅତ୍ୟାଧୁନିକ ହେଲିକପ୍ଟର ସାମିଲ ହେବା ପରେ ଭାରତର ସାମରିକ ଶକ୍ତି ନୂତନ ସ୍ତର ଛୁଇଁବ। ଆମେରିକା ପ୍ରତିରକ୍ଷା କଣ୍ଟ୍ରାକ୍ଟର ବୋଇଂ ପକ୍ଷରୁ ଚିନୂକ ହେଲିକପ୍ଟର ପ୍ରଥମ କିସ୍ତି ଗୁଜରାଟର ମୁନ୍ଦ୍ରା ବନ୍ଦର ଅଭିମୁଖେ ବାହାରି ସାରିଥିବା ବେଳେ ଏହା ଫେବୃଆରୀ ସୁଦ୍ଧା ପହଞ୍ଚିବ ବୋଲି କୁହାଯାଉଛି। ୧୫ଟି ଚିନୂକ ଏବଂ ୨୨ଟି ଆପାଚେ ହେଲିକପ୍ଟର ଅଧିଗ୍ରହଣ ଲାଗି ଭାରତ ୩ ବିଲିୟନ ଡଲାର ବ୍ୟୟ କରିଛି। ଅଧିକ ୬ଟି ଆପାଚେ ହେଲିକପ୍ଟର କ୍ରୟ ପ୍ରସ୍ତାବକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପକ୍ଷରୁ ମଞ୍ଜୁରୀ ମିଳିଛି।
ଆମେରିକୀୟ ଏବଂ ଭାରତୀୟ କୂଟନୀତିଜ୍ଞଙ୍କ ସୂଚନାନୁସାରେ ଭାରତକୁ ହସ୍ତାନ୍ତର କରିବା ପୂର୍ବରୁ ଏହି ହେଲିକପ୍ଟରଗୁଡିକର ପରୀକ୍ଷାମୂଳକ ଉଡାଣ କରାଯିବ। ସିଆଚେନ ଓ ପୂର୍ବ ଲଦାଖକୁ ସାମଗ୍ରୀ ଯୋଗାଣ ପାଇଁ ବ୍ୟବହାର କରାଯାଉଥିବା ଚଣ୍ଡୀଗଡ଼ ବିମାନଘାଟୀରେ ଚିନୂକ ହେଲିକପ୍ଟର ମୁତୟନ ହେବ। ଆପାଚେ ହେଲିକପ୍ଟରରେ କ୍ଷେପଣାସ୍ତ୍ର ଖଞ୍ଜାଯାଇ ତାହାକୁ ଭାରତୀୟ ସେନାକୁ ହସ୍ତାନ୍ତର କରାଯିବ। ଗାଜିଆବାଦର ହି​ଣ୍ଡୋନ ବିମାନଘାଟୀଠାରେ ଏହି ହେଲିକପ୍ଟର ମୁତୟନ ହେବ। ବର୍ତ୍ତମାନ ସୁଦ୍ଧା ରୁଷିଆର ମିଗ-୧୭, ମିଗ-୨୬ ଏବଂ ମିଗ-୩୫ ହେଲିକପ୍ଟର ଉପରେ ନିର୍ଭରଶୀଳ ଭାରତୀୟ ସେନା ପାଇଁ ଏହି ନୂତନ ହେଲିକପ୍ଟର ଦ୍ବୟ ଖୁବ୍‌ ଗୁରୁତ୍ବପୂର୍ଣ୍ଣ।
ଜିମ ମାଟ୍ଟିସଙ୍କ ପରେ ଆମେରିକା ପ୍ରତିରକ୍ଷା ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିବା ପାଟ୍ରିକ ଏମ୍‌ ଶାନାହାନ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା ପ୍ରତି ଅନୁକୂଳ ମନୋଭାବ ପୋଷଣ କରିବେ ବୋଲି ଭାରତ ଆଶା ରଖିଛି। ଭାରତୀୟ ସେନା ପାଇଁ ‘ପ୍ରିଡେଟର-ବି’ ହେଲିକପ୍ଟର କ୍ରୟ ନିମନ୍ତେ ଭାରତ ଓ ଆମେରିକା ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories