bjd gruha runa

ୟୁପି : ରାଜ୍ୟସଭା ନିର୍ବାଚନରେ ବିଜେପିକୁ ଝଟକା ଦେବେ ସହଯୋଗୀ ଦଳ!

BJD Bijuli 480×75 Mob
0

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଗୋରଖପୁର ଏବଂ ଫୁଲପୁର ଲୋକସଭା ଉପନିର୍ବାଚନରେ ପରାଜୟ ପରେ ରାଜ୍ୟସଭା ନିର୍ବାଚନରେ ବିଜେପିକୁ ଝଟକା ଲାଗିବାର ସମ୍ଭାବନା ବୃଦ୍ଧି ପାଇଛି । ଆସନ୍ତା ସପ୍ତାହରେ ୧୦ ରାଜ୍ୟସଭା ଆସନରେ ନିର୍ବାଚନ ହେବ । ଏହି ନିର୍ବାଚନରେ ଓମପ୍ରକାଶ ରାଜଭରଙ୍କ ଦଳ ଏବଂ ବିଜେପିର ସହଯୋଗୀ ଏସ୍‌ବିଏସ୍‌ପି ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବେ ବୋଲି ଆଲୋଚନା ହେଉଛି । ବିଜେପି ସହ ମିଶି ସାଧାରଣ ନିର୍ବାଚନ ଲଢିଥିବା ରାଜଭର ଏବେ ବିଜେପି ଉପରେ ଖପ୍ପା ଅଛନ୍ତି । ତେଣୁ ତାଙ୍କ ୪ ବିଧାୟକ କ୍ରସ୍‌ ଭୋଟିଂ କରିବେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ପ୍ରକାଶ ଯେ ୪୦୩ ବିଧାନସଭା ଆସନ ବିଶିଷ୍ଟ ଉତ୍ତରପ୍ରଦେଶରେ ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ବିଜେପି ୮ଟି ରାଜ୍ୟସଭା ଆସନ ସହଜରେ ଜିତିପାରିବ । ବିଜେପି ୯ଟି ରାଜ୍ୟସଭା ପ୍ରାର୍ଥୀ ଦେଇଛି। ସପଟେ ଏସ୍‌ପି ଏବଂ ବିଏସ୍‌ପି ଗୋଟିଏ ଲେଖାଏଁ ପ୍ରାର୍ଥୀ ଦେଇଛନ୍ତି । ୯ଟି ରାଜ୍ୟସଭା ଆସନ ଜିତିବାକୁ ହେଲେ ବିଜେପିକୁ ସହଯୋଗୀ ଦଳଙ୍କ ସମର୍ଥନ ଆବଶ୍ୟକ । ଯଦି କୌଣସି କାରଣରୁ ସହଯୋଗୀ ଦଳ କ୍ରସ ଭୋଟିଂ କରନ୍ତି, ତେବେ ବିଜେପି ୯ମ ଆସନ ଜିତିପାରିବ ନାହିଁ ।

ଓମପ୍ରକାଶ ରାଜଭର କହିଛନ୍ତି ଯେ ରାଜ୍ୟସଭା ନିର୍ବାଚନରେ ସେ ବିଜେପିକୁ ସମର୍ଥନ ଦେବେ କି ନାର୍ହି ତାହା ଏବେଠାରୁ କହିପାରିବେ ନାହିଁ । ଆମେ ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେଇନାହୁଁ । ଫୁଲପୁର, ଗୋରଖପୁର ଲୋକସଭା ଉପନିର୍ବାଚନରେ ପ୍ରାର୍ଥୀ ଚୟନ ବେଳେ ବିଜେପି ସହଯୋଗୀ ଦଳଙ୍କୁ ପଚାରିନଥିଲା । ପୌର ନିର୍ବାଚନ ସମୟରେ ବିଜେପି ମେଣ୍ଟର ଧର୍ମ ପାଳନ କରିନଥିଲା । ତେଣୁ ଆମ ଦଳୀୟ ବୈଠକରେ ସବୁ ବିଚାରକୁ ନିଆଯାଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଫଳରେ ଆସନ୍ତା ରାଜ୍ୟସଭା ନିର୍ବାଚନରେ ବିଜେପିକୁ ଝଟକା ଲାଗିବାର ସମ୍ଭାବନା ବୃଦ୍ଧି ପାଇଛି । ପ୍ରକାଶ ଯେ ମାର୍ଚ୍ଚ ୨୩ରେ ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ ।

Leave A Reply