www.samajalive.in
Monday, December 15, 2025
24.1 C
Bhubaneswar

ପରିଚୟ ଅପେକ୍ଷାରେ ଅପରିଚିତ ବୃଦ୍ଧ

କଣ୍ଟାବାଞ୍ଜି : ଜଣେ ଅପରିଚିତ ମଧ୍ୟ ବୟସ୍କ ପାଖାପାଖି ୫୦ରୁ ୫୫ବର୍ଷର ବୃଦ୍ଧ କେଉଁ ଆଡୁ ଚାଲି ଆସି ବର୍ତ୍ତମାନ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି ହେଇଛନ୍ତି। ଗତ ସପ୍ତାହେ ହେବ କଣ୍ଟାବାଞ୍ଜି ସହରକୁ ଆସି ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଯାହା ମିଳୁଥିଲା ଖାଇ ରହୁଥିଲେ। ଗତ ଲଘୁଚାପଜନିତ ଲଗାଣ ବର୍ଷା ସମୟରେ ଆଶ୍ରମପଡା-ତୁରେକେଲା ରାସ୍ତା ଦୋକାନ ପିଣ୍ଡାରେ ପଡିରହିଥିଲେ। ଗତ ୧୯ତାରିଖ ରାତିରେ ଏକ କମ୍ପ୍ୟୁଟର ଦୋକାନ ପିଣ୍ଡାରେ ଏହି ଅଜଣା ବୃଦ୍ଧ ଜଣକ ଶୋଇଥିବା ଅବସ୍ଥାରେ ଗଣମାଧ୍ୟମ ନଜରକୁ ଆସିଥିଲା। ସମାଜ ପ୍ରତିନିଧି ଜୀବନାନନ୍ଦ ମହାନ୍ତି ବଲାଙ୍ଗୀର ଜିଲ୍ଲାପାଳ ଏବଂ ଵିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହ୍ବାଟ୍ସଆପ୍ ଜରିଆରେ ମେସେଜ କରି ବୃଦ୍ଧଙ୍କ ବିଷୟରେ ଜଣାଇଥିଲେ। ପରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ ଯୋଗାଯୋଗ କରି ୧୦୮ଆମ୍ବୁଲାନ୍ସ ଯୋଗେ କୁକୁଡ଼ା ଦୋକାନ ପିଣ୍ଡାରେ ଆଶ୍ରୟ ନେଇଥିବା ସମୟରେ ୱାର୍ଡ଼ ନଂ ୧୪ କାଉନସିଲର ଗୁପ୍ତେଶ୍ୱର ତରିଆ ଓ ସମାଜସେବୀ ଜୟ ପ୍ରକାଶ ନାୟକଙ୍କ ସହାୟତାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଚିକିତ୍ସା ଆରମ୍ଭ କରାଯାଇଥିଲା। ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ଏସ. ପି. ଡି ପଣ୍ଡାଙ୍କ ସହ ଯୋଗାଯୋଗ କରି ସମସ୍ତ ବ୍ୟବସ୍ଥା କରିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ଧଳ ଅଜଣା ବୃଦ୍ଧ ସୁସ୍ଥ ହେବା ପରେ ଯଦି ତାଙ୍କ ପରିବାରର ଖୋଜ ଖବର ନମିଳିଲେ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀଙ୍କ ସହ ଯୋଗାଯୋଗ କରି ଜିଲ୍ଲାରେ ଥିବା ଵୃଦ୍ଧାଶ୍ରମକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରୁଥିବା ପ୍ରାପ୍ତ ସୂଚନାରୁ ଜଣାପଡିଛି। ଇତିମଧ୍ୟରେ କଣ୍ଟାବାଞ୍ଜି ପୁଲିସ ଏସଡିପିଓ ଡ. ହୃଷିକେଶ ମେହେର, ଥାନା ଅଧିକାରୀ ଓ ପୂର୍ବତନ ଜିଲ୍ଲା ଶିଶୁ କଲ୍ୟାଣ ଅଧକ୍ଷ ଡ. ସଂଜୟ ମିଶ୍ର ଡାକ୍ତରଖାନା ଯାଇ ବୃଦ୍ଧଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବୁଝିବା ସହ ଠିକଣା ଜାଣିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ବୃଦ୍ଧଜଣକ ସ୍ପଷ୍ଟ ଠିକଣା କହିପାରୁ ନଥିବାରୁ ପ୍ରକୃତ ଠିକଣା ଜଣାପଡ଼ୁନାହିଁ। ରୋଗୀ କଲ୍ୟାଣ ସମିତି ନଚେତ ଵିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଚିକିତ୍ସାଧୀନ ବୃଦ୍ଧଙ୍କ ଯତ୍ନ ନେବାପାଇଁ ଜଣକୁ କେୟାର ଟେକର ରଖିବାକୁ ଦୃଷ୍ଟି ଆକର୍ଷଣ କରାଯାଇଛି। ଯଦି କୌଣସି ସହୃଦୟ ବ୍ୟକ୍ତି ତାଙ୍କ ଠିକଣା ବିଷୟରେ ଖବର ପାଆନ୍ତି, ତେବେ ନିମ୍ନ ଲିଖିତ ମୋବାଇଲ ଫୋନ ନମ୍ବରରେ ଯୋଗାଯୋଗ ପାଇଁ ଅନୁରୋଧ କରିଛନ୍ତି ପୁଲିସ ଏସଡିପିଓ। ମୋବାଇଲ ନମ୍ବରଟି ହେଉଛି ୯୪୩୭୨୧୦୯୧୯-ଏସ. ଡି. ପି. ଓ, ୯୮୬୧୯୨୪୭୩୯-ଇଓ. ଏନ. ଏ. ସି. କଣ୍ଟାବାଞ୍ଜି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories