www.samajalive.in
Tuesday, December 9, 2025
17.1 C
Bhubaneswar

ହରିୟାଣା ଓ ପଞ୍ଜାବରେ ୨ଟି ବଡ଼ ହସ୍ପିଟାଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଫରିଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ​ବୁଧବାର‌ ହରିୟାଣାର ଫରିଦାବାଦ ଜିଲ୍ଲାରେ ଅମୃତା ହସ୍ପିଟାଲକୁ ଉଦ୍‍ଘାଟନ କରିଛନ୍ତି। ମାତା ଅମୃତାନନ୍ଦମୟୀ ମଠ ଦ୍ୱାରା ପରିଚାଳିତ ଏହି ସୁପର୍‍ ସ୍ପେଶାଲିଟି ହସ୍ପିଟାଲରେ ୨୦୦ଶଯ୍ୟା ରହିଛି । ଏହାର ନିର୍ମାଣ ବାବଦରେ ୬ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେଥିରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟସୁବିଧା ମାନ ରହିଛି, ଏହା ଦ୍ବାରା ଫରିଦାବାଦ ଓ ଜାତୀୟ ରାଜଧାନୀ ଅଞ୍ଚଳର ଲୋକମାନେ ଉପକୃତ ହେବେ। ଆୟୋଜିତ କାର୍ଯ୍ୟକ୍ରମରେ ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ, ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ସେହିପରି ପଞ୍ଜାବର ମୋହାଲିଠାରେ ପ୍ରଧାନମନ୍ତ୍ରୀ ହୋମି ଭାବା କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ନିଉ ଚଣ୍ଡୀଗଡ଼ର ମୁଲାମପୁରଠାରେ ଏହାର ନିର୍ମାଣ କରାଯାଇଛି। ଏହାର ନିର୍ମାଣ ବାବଦରେ ୬୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଟାଟା ମେମୋରିଆଲ୍‍ ସେଣ୍ଟର ଦ୍ୱାରା ତାହାର ନିର୍ମାଣ କରାଯାଇଛି । ଏହି କ୍ୟାନସର ହସ୍ପିଟାଲରେ ୩୦୦ ଶଯ୍ୟା ରହିଛି ଓ ଅତ୍ୟାଧୁନିକ ଚିକିତ୍ସା ସୁବିଧା ରଖାଯାଇଛି ।ଏହି ହସ୍ପିଟାଲରେ ସମସ୍ତ ପ୍ରକାରର କର୍କଟ ରୋଗର ଅସ୍ତ୍ରୋପଚାର କରାଯାଇ ପାରିବ। ଏଥିପାଇଁ ଅତ୍ୟାଧୁନିକ ପଦ୍ଧତି ଅନୁସରଣ କରାଯିବ। ଏଠାରେ ରେଡିଓ ଥେରାପି ଓ ମେଡ଼ିକାଲ
ଅଙ୍କୋକୋଲୋଜି କେମୋ ଥେରାପି, ଇମୁନୋ ଥେରାପି ଓ ବୋନ୍‍ମାରୋ ରୋପଣ ହୋଇପାରିବ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories