www.samajalive.in
Monday, December 15, 2025
24.1 C
Bhubaneswar

ଜାଣନ୍ତୁ, କେଉଁ ସହରରୁ ଆରମ୍ଭ ହୋଇଥିଲା ଖ୍ରୀଷ୍ଟମାସ ଟ୍ରି ସଜାଇବାର ପରମ୍ପରା

ଆସନ୍ତା ବୁଧବାର ଅର୍ଥାତ୍ ଡିସେମ୍ବର ୨୫ ତାରିଖ ହେଉଛି ଖ୍ରୀଷ୍ଟମାସ ଡେ। ଏହା ହେଉଛି ଖ୍ରୀଷ୍ଟ ଧର୍ମର ସବୁଠାରୁ ବଡ ପର୍ବ। ଏହି ଦିନ ପ୍ରଭୁ ଯିଶୁଖ୍ରୀଷ୍ଟ ଧରାପୃଷ୍ଠକୁ ଅବତରଣ କରିଥାନ୍ତି। ସାରା ବିଶ୍ବରେ ଯିଶୁଙ୍କ ଜନ୍ମ ଦିନକୁ ଅତି ଧୁମଧାମରେ ପାଳନ କରାଯାଏ। ଏହାକୁ ନେଇ ବିଭିନ୍ନ ପ୍ରକାରର ପରମ୍ପରା ମଧ୍ୟ ପ୍ରଚଳିତ ରହିଛି। ଯିଶୁଙ୍କ ଜନ୍ମ ଦିନରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଘରକୁ ଅତି ସୁନ୍ଦର ଭାବେ ସଜାଇଥାନ୍ତି। ବିଶେଷ କରି ଘରକୁ ଖ୍ରୀଷ୍ଟମାସ ଟ୍ରି ଆଣି ସଜାଇ ଥାନ୍ତି। କିଛି ଲୋକ ସାନ୍ତା କ୍ଳଜ୍ ବେଶରେ ପିଲାଙ୍କୁ ଉପହାର ମଧ୍ୟ ଦେଇଥାନ୍ତି। ସମ୍ପର୍କୀୟଙ୍କୁ ଶୁଭେଚ୍ଛା ଜଣାଇବାକୁ କାର୍ଡ ମଧ୍ୟ ଦିଆଯାଏ। ତେବେ ଆସନ୍ତୁ ଜାଣିବା ଏହି ପରମ୍ପରାକୁ ନେଇ ଜଡିତ କିଛି ତଥ୍ୟ……..
କାହିଁକି ସଜାଯାଏ ଖ୍ରୀଷ୍ଟମାସ ଟ୍ରି
ଏହି ଅବସରରେ ଏକ ସ୍ବତନ୍ତ୍ର ପ୍ରକାର ଟ୍ରି ବା ବୃକ୍ଷକୁ ସଜାଯାଏ। ଏହା ହେଉଛି ଚିରସବୁଜ ଝଙ୍କାଳିଆ ରେଶମୀ ପତ୍ର ଥିବା ବୃକ୍ଷ। ରଙ୍ଗ ବେରଙ୍ଗର ଲାଇଟ୍ସ, ଘଣ୍ଟି, ବଲ୍ ଏବଂ ସୁନ୍ଦର ଜିନିଷରେ ଏହି ବୃକ୍ଷକୁ ସଜାଯାଏ। କୁହାଯାଏ ଯେଉଁ ଘରେ ଏହି ବୃକ୍ଷ ରହିଥାଏ ସେଠାରେ ନକାରାତ୍ମକ ଶକ୍ତିର ପ୍ରଭାବ ରୁହେନାହିଁ। ମାନ୍ୟତା ଅନୁଯାୟୀ ଏହି ବୃକ୍ଷର ସାଜସଜ୍ଜା ପରମ୍ପରା ଜର୍ମାନୀରୁ ଆରମ୍ଭ ହୋଇଛି। ଯେବେ ଯିଶୁ ଧରାପୃଷ୍ଠରେ ଜନ୍ମ ଗ୍ରହଣ କରିଥିଲେ ସେବେ ଦେବତାମାନେଏକ ଚିରସବୁଜ ଝଙ୍କାଳିଆ ରେଶମୀ ପତ୍ର ଥିବା ବୃକ୍ଷକୁ ସଜାଇ ତାଙ୍କ ମାତା ପିତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେବେଠାରୁ ପ୍ରତିବର୍ଷ ଏହି ବୃକ୍ଷକୁ ଖ୍ରୀଷ୍ଟମାସ ଟ୍ରି ର ପ୍ରତିକ ଭାବେ ମାନ୍ୟତା ମିଳିଛି। ଇଂରେଜ ଧର୍ମ ପ୍ରଚାରକ ବୋନିଫେନ୍ସ ଟୁୟୋ ନାମକ ଜଣେ ବ୍ୟକ୍ତି ଏହି ପରମ୍ପରା ଆରମ୍ଭ କରିଥିଲେ।
-ଖ୍ରୀଷ୍ଟମାସ ଟ୍ରିକୁ ସଜାଇ ଘରର ମୁଖ୍ୟ ଦ୍ବାରର ଡାହାଣ ଦିଗରେ ରଖିବା ଉଚିତ୍। ଏହା ଦ୍ବାରା ଜୀବନର ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ।
-ଇଂଲଣ୍ଡରେ ଯେକୌଣସି ବ୍ୟକ୍ତିର ଜନ୍ମ ଉତ୍ସବ, ବିବାହ ଏବଂ ମୃତ୍ୟୁ ଅବସରରେ ଖ୍ରୀଷ୍ଟମାସ ଟ୍ରି ଲଗାଇବାର ପରମ୍ପରା ରହିଛି। ଏହି ବୃକ୍ଷକୁ ଲଗାଇ ସୁଖମୟ ଜୀବନର କାମନା କରାଯାଏ।
-ମାନ୍ୟତା ଅନୁଯାୟୀ ଏହି ବୃକ୍ଷ ଆଦମ(ପ୍ରଥମ ପୁରୁଷ)ଙ୍କ ବଗିଚାରେ ଥିଲା। ଇଭ୍ ଙ୍କ ଇଚ୍ଛା ପୂରଣ କରିବା ପାଇଁ ଆଦମ ସେହି ବୃକ୍ଷର ଫଳ ତୋଳି ଆଣିଥିଲେ। କିନ୍ତୁ ସେହି ବୃକ୍ଷର ଫଳ ନ ତୋଳିବା ପାଇଁ ପରମେଶ୍ବରଙ୍କ ଆଦେଶ ଥିଲା। ତେଣୁ ଫଳ ତୋଳା ଯିବା ପରେ ସେହି ବୃକ୍ଷ ପତ୍ର ମଧ୍ୟ ଝାଉଁଳି ଯାଇ ଝଡି ପଡିଥିଲା। ଏହା ସହ ସେହି ବୃକ୍ଷ ମଧ୍ୟ ଆଉ ବଢି ନଥିଲା। ଯେତେବେଳେ ଯିଶୁ ଧରାପୃଷ୍ଠରେ ଅବତରଣ କରିଥିଲେ, ସେତେବେଳେ ପୁଣି ସେହି ବୃକ୍ଷ ବଢିବାରେ ଲାଗିଥିଲା।
-୧୬ତମ ଶତାବ୍ଦୀରେ ଜର୍ମାନୀରେ ଆଦମ ଓ ଇଭ୍ ର ନାଟକ ହେଉଥିବା ସମୟରେ ପର ବୃକ୍ଷ ବା ଚିରସବୁଜ ଝଙ୍କାଳିଆ ରେଶମୀ ପତ୍ର ଥିବା ବୃକ୍ଷ ରଙ୍ଗମଞ୍ଚ ଉପରେ ରଖାଯାଉଥିଲା। ଏହା ସହ ମଞ୍ଚ ଉପରେ ପିରାମିଡ ମଧ୍ୟ ରଖାଯାଉଥିଲା। ସମୟ କ୍ରମେ ପିରାମିଡ୍ ଓ ବୃକ୍ଷକୁ ଏକତ୍ର କରାଯାଇ ପିରାମିଡ୍ ଢାଞ୍ଚାରେ ଏହି ବୃକ୍ଷକୁ ଖ୍ରୀଷ୍ଟମାସ ଟ୍ରି ନାମରେ ଜଣାଗଲା।
courtesy: Dainikbhaskar.com                                                 ଆଲେଖ୍ୟ : ବୈଜୟନ୍ତି ନାୟକ

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories