ଅଗଷ୍ଟ ୧୬ରୁ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ
ଭୁବନେଶ୍ୱର: ଚଳିତ ମାସ ୧୬ ତାରିଖରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ। ୧୬ରୁ ଶ୍ରେଣୀଗୃହ ଶିକ୍ଷାଦାନ ହେବା ନେଇ ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି। ଏହାସହିତ ହଷ୍ଟେଲ ଖୋଲିବ ବୋଲି ମଧ୍ୟ ଘୋଷଣା କରାଯାଇଛି।
Universities and Colleges (under Higher Education Dept) will open for physical classroom teaching (and for hostel accommodation) from 16.08.21 for PG First Year and UG Pre-Final Year students. Exams for PG/UG Final Year students will be held in online mode as planned earlier.
— ଉଚ୍ଚଶିକ୍ଷା ବିଭାଗ, ଓଡିଶା ସରକାର ?? (@DHE_Odisha) August 6, 2021
ଏହି ସୂଚନା ମୁତାବକ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଅଗଷ୍ଟ ୧୬ରୁ ଖୋଲିବ। ପିଜି ପ୍ରଥମ ବର୍ଷ ଓ ୟୁଜି ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଗୃହରେ ପାଠପଢ଼ା ହେବ। ତେବେ ପିଜି/ୟୁଜି ଫାଇନାଲ ପରୀକ୍ଷା ପୂର୍ବ ଯୋଜନା ଅନୁଯାୟୀ ଅନ୍ଲାଇନ୍ ମୋଡ଼୍ରେ ହିଁ ହେବ।
Comments are closed.