www.samajalive.in
Monday, December 15, 2025
24.1 C
Bhubaneswar

କେନ୍ଦ୍ର ଯୁଗ୍ମ ସଚିବଙ୍କ କନ୍ଧମାଳ ଗସ୍ତ, କ୍ଷେତ୍ର ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ

ଫୁଲବାଣୀ: କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ଯୁଗ୍ମ ସଚିବ ରୁପା ମିଶ୍ର ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲିବା ସହ ଉନ୍ନୟନ ମୂଳକ କାର୍ଯ୍ୟର  ସମୀକ୍ଷା କରିଛନ୍ତି। ସେ ଦାରିଙ୍ଗବାଡି ଯାଇ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିବା ପରେ ଶନିବାର ଫୁଲବାଣୀ ଏବଂ ଫିରିଙ୍ଗିଆ ଅଞ୍ଚଳରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ସ୍ଥାନୀୟ ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ବୈଠକରେ ସଚିବ କୃଷି, ଉଦ୍ୟାନ କୃଷି ଓ ଜଳବିଭାଜିକା ପ୍ରକଳ୍ପ ଅଧିନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା କରିଥିଲେ।

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଉପସ୍ଥିତ ଅଧିକାରୀମାନଙ୍କଠାରୁ ଯୋଜନାର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିବା ସହ ସମୟସୀମା ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ପରାମର୍ଶ ଦେଇଥିଲେ କେନ୍ଦ୍ର ସଚିବ। ବୈଠକରେ ଜିଲାପାଳ ବେଦଭୂଷଣଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତର କାୟାଲମ୍ବା ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଦ୍ୱାରା ହୋଇଥିବା ହଳଦୀ ଚାଷ, ବନ୍ଧଗଡ଼ ପଂଚାୟତର ମଣିପଦର ଠାରେ ହୋଇଥିବା ଷ୍ଟ୍ରବେରୀ, ଗେଣ୍ଡୁଫୁଲ ଓ ମାଣ୍ଡିଆ ଚାଷ, ରତଙ୍ଗ ପଞ୍ଚାୟତର ପୋଡାପଡାଠାରେ ଜଳସେଚନ ବ୍ୟବସ୍ଥା ସହ ବିନ୍ସ ଚାଷ, ପଲାବୃଡି ପଞ୍ଚାୟତର ଡ୍ରାଗନ ଫ୍ରୁଟ ଚାଷ ବୁଲି ଦେଖିଥିଲେ ସଚିବ। ବନ୍ଧଗଡ଼ଠାରେ ଥିବା କସମର ହଳଦୀ ପ୍ରକ୍ରିୟା କରଣ କେନ୍ଦ୍ର ଦେଖିବା ସହ କିଭଳି ଅଧିକ ପରିମାଣରେ ହଳଦୀ ଚାଷ ହୋଇପାରିବ ଓ ଜଳ ସେଚନର ବ୍ୟବସ୍ଥା ହୋଇ ପାରିବ, ସେ ବିଷୟରେ ଜିଲ୍ଲାପାଳ ଓ ଜିଲ୍ଲା କୃଷି ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

- Advertisement -

 

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories