www.samajalive.in
Monday, December 15, 2025
27.1 C
Bhubaneswar

ଓଡ଼ିଶା ହେବ ପୂର୍ବ ଭାରତର ଏମଏସଏମଇ ଗେଟ ୱେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏମଏସଏମଇ ବା ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶା ପୂର୍ବ ଭାରତର ଗେଟ୍‌ ୱେ ହେବ। ରବିବାର ରେଳ ସଦନଠାରେ ଲଘୁ ଉଦ୍ୟୋଗ ଭାରତୀ ଓଡ଼ିଶା ଦ୍ୱାରା ଆୟୋଜିତ ଓଡିଶା ଶିଳ୍ପ ସମ୍ମିଳନୀ: ୨୦୨୫ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହା କହିଛନ୍ତି। ଏହି ସମାବେଶ ଆମର MSME କ୍ଷେତ୍ରରେ ଔଦ୍ୟୋଗୀକତା ନବସୃଜନକୁ(innovation) ପ୍ରୋତ୍ସାହନ ପ୍ରଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ବିପୁଳ ସମ୍ଭାବନାରେ ପରିପୂର୍ଣ୍ଣ ଆମ ରାଜ୍ୟ ଆଜି MSME କ୍ଷେତ୍ରରେ ଭାରତର ସବୁଠାରୁ ଆକର୍ଷଣୀୟ ରାଜ୍ୟ ଭାବରେ ଉଭା ହୋଇ ପାରିଛି। ଓଡିଶାର ସାଢେ ଚାରି କୋଟି ଲୋକଙ୍କ ସ୍ୱପ୍ନକୁ ବାସ୍ତବତାର ରୂପ ଦେବା ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତା ଯୋଗୁ ଏହି ପରିବର୍ତ୍ତନ ଆସିପାରିଛି। ଗତ କିଛି ବର୍ଷ ମଧ୍ୟରେ, ଆମେ ଓଡ଼ିଶାରେ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ପଦକ୍ଷେପ ନେଇଛୁ। ଆମର Go Swift Single Window ବ୍ୟବସ୍ଥାରେ ମାସ ମାସ ନୁହେଁ, ବରଂ ଗୋଟିଏ ଦିନରେ ମଧ୍ୟ ପ୍ରକଳ୍ପ ଅନୁମୋଦିତ ହେଉଛି। ଚଳିତ ବର୍ଷ ଭିତ୍ତିଭୂମି ନିର୍ମାଣ ପାଇଁ ଆମ ରାଜ୍ୟ GDPର ୬.୧ ପ୍ରତିଶତ ବିନିଯୋଗ କରାଯାଇଛି, ଯାହାକି ଭାରତରେ ସର୍ବାଧିକ।

- Advertisement -

ମୁଖ୍ୟମନ୍ତ୍ରୀ ମାଝୀ କହିଥିଲେ, ଓଡ଼ିଶାର ଶିଳ୍ପାୟନର ଏହି ଯାତ୍ରାରେ ଲଘୁ ଉଦ୍ୟୋଗ ଭାରତୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ୯୮୦ରୁ ଅଧିକ ଶିଳ୍ପ ୟୁନିଟ୍‌କୁ ସହାୟତା କରିବା, ନିଯୁକ୍ତି ସୃଷ୍ଟି କରିବା, ଉଦ୍ୟୋଗୀଙ୍କୁ ସହାୟତା ଦେବା ଏବଂ ଆତ୍ମନିର୍ଭର ଭାରତର ଲକ୍ଷ୍ୟରେ  ନିଜର ଯୋଗଦାନ ଦେବାରେ ଏହି ଅନୁଷ୍ଠାନର ପ୍ରୟାସ ବିଶେଷ ପ୍ରଶଂସାର ପାତ୍ର। ସାରା ବିଶ୍ୱରେ ୯୦ ପ୍ରତିଶତ ବ୍ୟବସାୟ ଏବଂ ସମସ୍ତ ନିଯୁକ୍ତିର ୫୦ ପ୍ରତିଶତ ଲଘୁ ଶିଳ୍ପ କ୍ଷେତ୍ରରେ ହିଁ ଉପଲବ୍‌ଧ ହୋଇଥାଏ। ବର୍ତ୍ତମାନ ବଜାରର ୧୦ଟି ଆନୁଷ୍ଠାନିକ କ୍ଷେତ୍ରର ନିଯୁକ୍ତି ମଧ୍ୟରୁ ୭ଟି ଲଘୁ ବ୍ୟବସାୟିକ ଓ ଶିଳ୍ପ ସଂସ୍ଥାରୁ ଆସୁଛି। ତେଣୁ ଲଘୁ ବ୍ୟବସାୟଗୁଡ଼ିକ କେବଳ ଅର୍ଥନୀତିରେ ଅବଦାନ ରଖନ୍ତି ନାହିଁ ବରଂ ସେମାନେ ଅର୍ଥନୀତିକୁ ସମୃଦ୍ଧ କରିଥାନ୍ତି । ଆମ ସରକାରର ପ୍ରମୁଖ କାର୍ଯ୍ୟକ୍ରମ, “ବିକଶିତ ଓଡ଼ିଶା ଓ ବିକଶିତ ଭାରତ” – ଏକ ସ୍ଲୋଗାନ ନୁହେଁ। ଏହା ଏକ ପ୍ରତିଶ୍ରୁତି। ଓଡ଼ିଶା ପୂର୍ବ ଭାରତର MSME ଗେଟ ୱେ ଭାବରେ ଉଭା ହେଉ ବୋଲି ଆମେ ଚାହୁଁଛୁ।

ଶେଷରେ ଓଡିଶାର MSME କ୍ଷେତ୍ରରେ ସଫଳତା ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପିପିଲି, ରଘୁରାଜପୁର, ସମ୍ବଲପୁର ଏବଂ ଗୋପାଳପୁରର ଆମର କାରିଗରମାନେ ସାରା ବିଶ୍ୱରେ ଜଣାଶୁଣା। ଆମର ଯୁବପିଢ଼ି IT, ଆନିମେସନ୍, ଫିନଟେକ୍ ଏବଂ ଷ୍ଟାର୍ଟଅପରେ ଉତ୍କର୍ଷ ହାସଲ କରୁଛନ୍ତି।

କାର୍ଯ୍ୟକ୍ରମରେ ଯୋଗ ଦେଇ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ, ସମ୍ଭାବନାର ରାଜ୍ୟ ଆଜି ବିକାଶ ପଥରେ ଅଗ୍ରସର ହେଉଛି। ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହିତ କରିବା, MSMEଗୁଡ଼ିକୁ ସଶକ୍ତ କରିବା, କାରିଗରମାନଙ୍କୁ ସହାୟତା ପ୍ରଦାନ କରିବା, କିମ୍ବା ସ୍ଥାନୀୟ ସପ୍ଲାଇ ଚେନ୍‌କୁ ସୁଦୃଢ଼ କରିବା ପାଇଁ, ଆମେ ପଦକ୍ଷେପ ଗ୍ରହଣ କରୁଛୁ ଏବଂ ଏହା ଆଗାମୀ କିଛି ଦିନରେ ଓଡ଼ିଶାର ମାନଚିତ୍ରକୁ ପରିବର୍ତ୍ତନ କରିଦେବ।

ଅନ୍ୟମାନଙ୍କ ମଧ୍ୟରେ ଲଘୁ ଉଦ୍ୟୋଗ ଭାରତୀର ଅଖିଳ ଭାରତୀୟ ସଭାପତି ମଧୁସୂଦନ ଦାଦୁ, ଲଘୁ ଉଦ୍ୟୋଗ ଭାରତୀର ଅଖିଳ ଭାରତୀୟ କାର୍ଯ୍ୟକାରୀ ସମ୍ପାଦକ ପ୍ରକାଶ ଚନ୍ଦ୍ର, ଲଘୁ ଉଦ୍ୟୋଗ ଭାରତୀ, ଓଡିଶାର ସଭାପତି ଗୋପାଳ ଦାସ ଅଗ୍ରୱାଲ ପ୍ରମୁଖ ମଂଚାସୀନ ଥିଲେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories