ଲଣ୍ଡନ କୋର୍ଟରେ ମାଲ୍ୟାଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧୀ ଆବେଦନ ଖାରଜ

ନୂଆଦିଲ୍ଲୀ : ପଳାତକ ମଦ ବ୍ୟବସାୟୀ ତଥା ଅର୍ଥନୈତିକ ଅପରାଧୀ ବିଜୟ ମାଲ୍ୟାଙ୍କୁ ସୋମବାର ଲଣ୍ଡନ କୋର୍ଟରେ ବଡ଼ ଝଟକା ଲାଗିଛି। ସୂଚନା ଅନୁସାରେ ପ୍ରତ୍ୟର୍ପଣ ନିର୍ଦେଶ ବିରୋଧରେ ମାଲ୍ୟାଙ୍କ ଆବେଦନକୁ ଲଣ୍ଡନ କୋର୍ଟ ଖାରଜ କରିଦେଇଛନ୍ତି।
ପ୍ରକାଶଯୋଗ୍ୟ, ଡିସେମ୍ବର ୧୦ରେ ୱେଷ୍ଟମିନିଷ୍ଟର କୋର୍ଟ ମୁଖ୍ୟ ମାଜିଷ୍ଟ୍ରେଟ୍‍ ଏମ୍ମା ଅର୍ବୁଥନାଟ ମାଲ୍ୟାଙ୍କ ପ୍ରତ୍ୟର୍ପଣକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ଏହାସହ ମାଜିଷ୍ଟ୍ରେଟ୍‍ ନିଜ ରାୟରେ କହିଥିଲେ ଯେ ଭାରତୀୟ ବ୍ୟାଙ୍କଗୁଡ଼ିକରୁ ଠକେଇ ଏବଂ ଋଣ ଖିଲାପି ନେଇ ମାଲ୍ୟାଙ୍କ ବିରୋଧରେ ପ୍ରର୍ଯ୍ୟାପ୍ତ ପ୍ରମାଣ ରହିଛି। ପରେ ବ୍ରିଟେନ୍‍ ସ୍ୱରାଷ୍ଟ୍ର ମନ୍ତ୍ରୀ ସାଜିଦ୍‍ ଜାଭେଦ ଏହି ପ୍ରତ୍ୟର୍ପଣକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ଏହି ପ୍ରତ୍ୟର୍ପଣ ମଞ୍ଜୁରୀ ବିରୋଧରେ ମାଲ୍ୟା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ କୋର୍ଟ ମାଲ୍ୟାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।
ମାଲ୍ୟା ଭାରତର ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯୦୦୦ କୋଟି ଟଙ୍କା ଠକି ନେଇଛନ୍ତି।

Comments are closed.