www.samajalive.in
Tuesday, December 9, 2025
16.1 C
Bhubaneswar

ସାବରକର ସେ ସମୟରେ ପ୍ରଧାନମନ୍ତ୍ରୀ ହୋଇଥିଲେ ଅସ୍ତିତ୍ୱକୁ ଆସିନଥାନ୍ତା ପାକିସ୍ତାନ : ଉଦ୍ଧବ ଠାକରେ

ମୁମ୍ବଇ : ଶିବ ସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ପାକିସ୍ତାନକୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଉଦ୍ଧବ ଠାକରେ ମଙ୍ଗଳବାର ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଯଦି ହିନ୍ଦୁତ୍ୱ ବିଚାରକ ବୀର ସାବରକର ସେ ସମୟରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ ପାକିସ୍ତାନ ଅସ୍ତିତ୍ୱକୁ ଆସିନଥାନ୍ତା। ଏହାସହ ସେ ବୀର ସାବରକରଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବାକୁ ଦାବି କରିଛନ୍ତି।

ଠାକରେ ଏହା ଏକ ଆତ୍ମକଥା ‘ସାବରକର: ଇକୋଜ ଫ୍ରମ ଏ ଫରଗେଟନ ପାଷ୍ଟ’ର ଲୋକାର୍ପଣ ଉତ୍ସବରେ କହିଛନ୍ତି। ଉଦ୍ଧବ କହିଛନ୍ତି ଯେ ସାବରକରଙ୍କୁ ଭାରତ ରତ୍ନ ସମ୍ମାନ ଦେବା ଉଚିତ। ଆମେ ମହାତ୍ମା ଗାନ୍ଧୀ ଏବଂ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହରୁଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ସ୍ୱୀକାର କରୁଛୁ, କିନ୍ତୁ ଦେଶରେ ଦୁଇରୁ ଅଧିକ ପରିବାରକୁ ରାଜନୀତିରେ ଅବତୀର୍ଣ୍ଣ ହେବାରେ ଦେଖିଛୁ। ନେହରୁ ଯଦି ୧୪ ମିନିଟ ଜେଲ ଭିତରେ ସାବରକରଙ୍କ ଭଳି ରହିଥାନ୍ତେ ତେବେ ତାଙ୍କୁ ବୀର କହିବାକୁ ସେ ସଂଶୟ ଅନୁଭବ କରିନଥାନ୍ତେ। ହେଲେ ସାବରକର ୧୪ ବର୍ଷ ପର୍ଯ୍ୟନ୍ତ ଜେଲରେ ଥିଲେ। ଏହାସହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଏହି ପୁସ୍ତକର ଏକ ନକଲ ଦେବା ଉଚିତ ବୋଲି କହି ସେ କଟାକ୍ଷ କରିଥିଲେ।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories