ଭୁବନେଶ୍ଵର: ରାଜ୍ୟରେ ଗଠନ ହେବ ଟ୍ରାଇ ସିଟି। ଏଣିକି ଆଉ ଟ୍ବିନ୍ ସିଟି ନୁହେଁ ଟ୍ରାଇ ସିଟି ହେବ ବୋଲି ସୂଚନା ମିଳିଛି । ଟ୍ବିନ୍ ସିଟି କଟକ ଏବଂ ଭୁବନେଶ୍ଵର ସହ ପୁରୀ ସହର ଯୋଡି ହେବ। କୌଣସି ବି ପରିସ୍ଥିତିରେ ଆମେ ପୁରୀ ସହରକୁ ଛାଡିପାରିବୁ ନାହିଁ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ରାଜ୍ୟ ସରକାର ଟ୍ରାଇ ସିଟି ପାଇଁ ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ସ୍ଥାନରେ କିପରି ରିଂ ରୋଡ୍ ଏବଂ ଓଭରବ୍ରିଜ୍ ନିର୍ମାଣ କରାଯାଇପାରିବ , ସେ ନେଇ ମୁଖ୍ୟମନ୍ତ୍ରୀ ବୈଠକ ଡାକି ଆଲୋଚନା କରିଛନ୍ତି। ଏବଂ ତୁରନ୍ତ ଏ ନେଇ ଯୋଜନା ପାଇଁ ନିର୍ଦେଶ ଦେଇଛନ୍ତି। ଟାଉନ୍ ପ୍ଲାନିଂ ଜରିଆରେ ସହରକୁ ସଂପ୍ରସାରଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ଟିପି ସ୍କିମ୍ ପାଇଁ ସ୍ଵତନ୍ତ୍ର ବିଭାଗ କରି ଦାୟିତ୍ଵ ଦିଆଯିବ। ସମୟ ସୀମା ନିର୍ଦ୍ଧାରଣ କରାଯିବ। ପ୍ଲାନିଂ ପାଇଁ ସ୍ଵତନ୍ତ୍ର କାର୍ଯ୍ୟାଳୟ ଖୋଲାଯିବ। ଭୁବନେଶ୍ଵର ହେଉଛି ଏକ ଯୋଜନାବଦ୍ଧ ସହର। ଏଥିରେ କୌଣସି ଉଲଂଘନ କରାଯିବନାହିଁ। ନୀତି ନିୟମ ଭିତରେ ସହରର କଳେବର ବୃଦ୍ଧି ପାଇଁ ଯୋଜନା କରାଯାଉଛି।



