ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ମୋଦୀଙ୍କୁ ନିମନ୍ତ୍ରଣ କଲେ ଉଦ୍ଧବ

ମହାରାଷ୍ଟ୍ର: ମହାରାଷ୍ଟ୍ର ନିର୍ବାଚନ ପରେ ସରକାର ଗଠନ ନେଇ ଚାଲିଥିବା ବାଦବିବାଦ ପରେ ଆଜି ଉଦ୍ଧବ ଠାକରେମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ଉତ୍ସବରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମହାରାଷ୍ଟ୍ରର ଭାବି ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମୋଦୀଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଉଦ୍ଧବ ନିଜେ ନିମନ୍ତ୍ରଣ ପତ୍ର ପଠାଇ ଥିବା ବେଳେ ନିଜେ ମଧ୍ୟ ଟେଲିଫୋନ ଯୋଗେ ମୋଦୀଙ୍କ ସହ କଥା ହୋଇଛନ୍ତି। ଉଦ୍ଧବ ଠାକରେ ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟସୂଚୀ ଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.