ଡେସ୍କ: ହଲିଉଡ଼ ଚଳଚ୍ଚିତ୍ର ଶିଳ୍ପରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଟିଭି ଓ ଫିଲ୍ମର ଜଣାଶୁଣା ଅଭିନେତା ଟାୟଲର କ୍ରିଷ୍ଟୋଫରଙ୍କ ହୃଦଘାତରେ ପରଲୋକ ଘଟିଛି। ଟାୟଲର ୫୦ ବର୍ଷ ବୟସରେ ନିଜ ସାନ୍ ଡିଏଗୋସ୍ଥିତ ଆପାର୍ଟମେଣ୍ଟରେ ଶେଷ ନଃଶ୍ବାସ ତ୍ୟାଗ କରିଛନ୍ତି। ଅଭିନେତା ତାଙ୍କ ଶୋ’ ‘ଜେନେରାଲ୍ ହସ୍ପିଟାଲ୍’ ଏବଂ ‘ଡେଜ୍ ଅଫ୍ ଆୱର ଲାଇଭ୍ସ’ ପାଇଁ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟ ଥିଲେ। ‘ଜେନେରାଲ୍ ହସ୍ପିଟାଲ୍’ର ତାଙ୍କ ସହ କଳାକାର ମୋରିସ୍ ବେନାର୍ଡ଼ ତାଙ୍କ ମୃତ୍ୟ ସୂଚନା ଦେଇଛନ୍ତି। ଟାୟଲର କ୍ରିଷ୍ଟୋଫରଙ୍କ ଅକାଳ ବିୟୋଗ ହଲିଉଡ଼ ଶିଳ୍ପକୁ ଶକ୍ତ ଧକ୍କା ଦେଇଛି। ଅଭିନେତାଙ୍କ ବନ୍ଧୁ ଏବଂ ସହକଳାକାରମାନେ ତାଙ୍କ ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିଛନ୍ତି।
Popular Categories



